ଆଟିଗାଁ ଆମ୍ବେଦକର ନଗର ରେ ବାବାସାହେବଙ୍କ ୧୩୪ତମ ଜୟନ୍ତୀ ଉପଲକ୍ଷେ ବିଶାଳ ରେଳି ଓ ଐତିହାସିକ ଜନସଭା
ହଜାର ହଜାର ଆମ୍ବେଦକର ଅନୁଗାମୀଙ୍କ ଉପସ୍ଥିତିରେ ଜୟ ଭୀମ ଧ୍ବନିରେ ଗୁଞ୍ଜିଲା ଆମ୍ବେଦକର ନଗର
ଜୁନାଗଡ, ଅପ୍ରିଲ ୧୯: ଅବିଭକ୍ତ କଳାହାଣ୍ଡି ଅଞ୍ଚଳରେ ଥିବା ଆଟିଗାଁ ଆମ୍ବେଦକର ନଗର ଏକ ନୂଆ ଇତିହାସ ଲେଖିଲା, ଯେଉଁଠାରେ ବାବାସାହେବ ଡଃ ଭୀମରାଓ ଆମ୍ବେଦକରଙ୍କ ୧୩୪ତମ ଜୟନ୍ତୀ ଉପଲକ୍ଷେ ଏକ ବିଶାଳ ରେଳି ଓ ଜନସଭା ଆୟୋଜିତ ହେଲା। ଏହି ଉପଲକ୍ଷେ ହଜାର ହଜାର ଲୋକ ଜମାହେବା ସହ ଅଞ୍ଚଳରେ ଆମ୍ବେଦକର ବିଚାର ଏବଂ ସଂବିଧାନ ଜାଗୃକତା ପ୍ରଚାର ପାଇଁ ଗଭୀର ଅବଦାନ ଦେଲା।
ସମାରୋହ ରୂପରେ ଏକ ଉତ୍ସବ:
ଅଟୁଟ ଉତ୍ସାହ ଓ ଉଜ୍ଜ୍ୱଳ ସାଜସଜ୍ଜା ସହିତ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁଜନ ମଞ୍ଚ, ସାମାଜିକ ଓ ସାଂସ୍କୃତିକ ସଂଗଠନ, ଅଧିକାର ସଂଗଠନ ଓ ଆମ୍ବେଦକର ବିଚାର ଅନୁଗାମୀମାନେ ଏକତାର ଦୃଢ଼ ପରିଚୟ ଦେଲେ।
ମଞ୍ଚର ଅଭିଜାତ୍ୟ:
ଏଠାରେ ପ୍ରକୃତି ବନ୍ଧୁ ତଥା ବିଶିଷ୍ଟ ସମାଜସେବୀ, ଆମ୍ବେଦକରବାଦି, AOSCF ମହାସଚିବ, କାର୍ଯ୍ୟକ୍ରମର ତତ୍ତ୍ଵାବଧାରକ ଯିଏ ଗାଁ ଗାଁ ବୁଲି ସମାଜ ସଚେତକ ଧିମାନ ଜତିନ୍ଦ୍ର କର ଓ ଉଦ୍ୟୋଗତା ଧିମାନ ପ୍ରେମ୍ ଲାଲ ନାଏକଙ୍କ ପ୍ରୟାସରେ ମୂଖ୍ୟ ଅତିଥି ତରଣୀ ସୂନା (OAS-1), ADDO, ଓ ମୂଖ୍ୟ ବକ୍ତା କମଳୀନୀ ଯାଦବଙ୍କ ଗଭୀର ବକ୍ତବ୍ୟ ଜନମନ ମନ୍ତ୍ରମୁଗ୍ଧ କଲା। ଏହା ସହିତ ଲିଙ୍ଗରାଜ ଆଜାଦ, ସରୋଜ ନାଏକ, ଛବିଲାଲ ନିଆଲ, ଦିଗାମ୍ବର ଦୁରିଆ, ଧବଲେଶ୍ବର ନାଗ, ହାତିରାମ ଦୁର୍ଗା, ଓ ଅନେକ ଗାରିମାମୟ ଅତିଥିମାନଙ୍କ ସାମୁହିକ ଉପସ୍ଥିତି ଉତ୍ସବର ଗରିମା ବଢ଼ାଇଲା।
ସଂଗଠନ ଓ ସମର୍ପଣ:
ଅନେକ ସଂଗଠନ ଯେପରିକି ମହାତ୍ମା ଫୁଲେ-ଆମ୍ବେଦକର ସମାଜ ସଚେତନ ସଂଗଠନ ବନ୍ଧାଗାଁ, ନାନ୍ଦୋଲ ଆମ୍ବେଦକର କ୍ଲବ, ଡମ ସମାଜ ଗୋଲାମୁଣ୍ଡା, ଓ ବହୁଜନ ସଂଗ୍ରାମ ସମିତି ତାଲମେଳରେ ମହାନ ଆୟୋଜନର ଦାୟିତ୍ୱ ନିର୍ବାହ କରିଥିଲେ।
ଜନସଭାର ଗଭୀର ମେସେଜ୍:
ବକ୍ତାମାନେ ଉଲ୍ଲେଖ କରିଥିଲେ ଯେ, “ଆମ୍ବେଦକର ଙ୍କ ବିଚାରଧାରା ହେଉଛି ତର୍କସଂଗତ, ମାନବିକ, ସତ୍ୟଯୁକ୍ତ, ନ୍ୟାୟପୂର୍ଣ୍ଣ ଓ ବିଜ୍ଞାନସଂଗତ। ଏହି ବିଚାର ଧିରେ ଧିରେ ଗ୍ରାମାଞ୍ଚଳ ମଧ୍ଯରେ ବିସ୍ତାର ପାଇ ଜଣସାଧାରଣ ଦ୍ବାରା ଅଧିକ ସଚେତନ ହେବେ।”
ସାଂସ୍କୃତିକ ପରିଣତି:
ରାତି ୮.୩୦ ରୁ ୧୧ ପର୍ଯ୍ୟନ୍ତ ଚାଲିଥିଲା ଜନସଭା ପରେ ମେଲୋଡି ତଳରେ ଗୀତ-ନାଚର ଆୟୋଜନ ହେଲା, ଯେଉଁଠି “ଜୟ ଭୀମ” ର ଗୁଞ୍ଜନ ଓ ରଙ୍ଗିନ ରଙ୍ଗମଞ୍ଚ ଆମ୍ବେଦକର ଜୟନ୍ତୀକୁ ଦ୍ୱିତୀୟ ଦୀପାବଳୀରେ ପରିଣତ କଲା ଭଲି ଆକାଶ ଓ ପୃଥିବୀକୁ ଆଲୋକିତ କରୁଥିଲା।