ଖଣ୍ଡପଡ଼ା (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ସାମାନ୍ଯ ବର୍ଷା ହେଲେ କାଦୁଅ ପଙ୍କରେ ଭର୍ତ୍ତି ହୋଇ ପଡୁଛି ଖଣ୍ଡପଡ଼ା କୃଷି ବିଭାଗ ଓ ଉଦ୍ୟାନ କୃଷି ବିଭାଗ କାର୍ଯ୍ଯାଳୟକୁ ସଂଯୋଗ କରୁଥିବା ରାସ୍ତାର ସମ୍ମୁଖ ଭାଗ।ପୂର୍ତ୍ତବିଭାଗ ମୁଖ୍ଯ ରାସ୍ତାରୁ ୨ ଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ଯାଳୟକୁ ସଂଯୋଗ କରୁଥିବା ଏହି କାଦୁଅ ପଙ୍କ ରାସ୍ତା ଦେଇ ଜନସାଧାରଣ ଯାତାୟତ କରୁଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। କାର୍ଯ୍ଯାଳୟ ଫାଟକ ସମ୍ମୁଖସ୍ଥ ମୁଖ୍ଯ ସ୍ଥାନକୁ ସିମେଣ୍ଟ କଂକ୍ରିଟକରଣ କରାଗଲେ ଆଉ ବର୍ଷା ହେଲେ ଉକ୍ତ ସ୍ଥାନଟି କାଦୁଅ ପଙ୍କ ହୁଅନ୍ତା ନାହିଁ ବୋଲି ଜଣାପଡିଛି।ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି।
ନୟାଗଡ଼ରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ

