 
                  ଖଣ୍ଡପଡ଼ା (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଖଣ୍ଡପଡା ବ୍ଲକ କାର୍ଯ୍ୟାଳୟ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଜିଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ ଶିବିରକୁ ବ୍ଳକ ଅଧ୍ଯକ୍ଷା ଉପମା ବେହେରା, ବ୍ଳକ ଉନ୍ନୟନ ଅଧିକାରୀ ଅଙ୍କୁର ଅଭିଳାଷ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। ଖଣ୍ଡପଡା ସହର ଓ ବ୍ଳକ ଅଧିନ ୨୨ଟି ପଞ୍ଚାୟତରୁ ୩୦୭ ଜଣ ଭିନ୍ନକ୍ଷମ ବ୍ୟକ୍ତିବିଶେଷଙ୍କ ନାମ ଶିବିରରେ ପଞ୍ଜିକରଣ କରାଯାଇଥିଲା। ବରିଷ୍ଠ ଅଭିଜ୍ଞ ଡାକ୍ତର ଶତୃଘନ ନାୟକ,ପିତବାସ ନାୟକ,ପି ପି ସାହୁ, ସଞ୍ଜୟ ଦେବ,ସବିତା ବରାଡ,ତପସ୍ୱିନୀ ଆଚାର୍ଯ୍ଯ,ଡା. ନିଷ୍ଠାରଞ୍ଜନ ଦାଶ,ପ୍ରଭୁଦତ୍ତ ପଣ୍ଡା ପ୍ରମୁଖ ଶିବିରରେ ଉପସ୍ଥିତ ରହି ଭିନ୍ନକ୍ଷମ ବ୍ୟକ୍ତିବିଶେଷଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ଆବଶ୍ୟକ ପରାମର୍ଶ ପ୍ରଦାନ କରିଥିଲେ।ଶିବିରରେ ଅସ୍ଥିଶଲ୍ୟ ବିଭାଗରେ ୧୫୬ ଜଣଙ୍କ ନାମ ପଞ୍ଜିକରଣ କରାଯାଇଥିବା ବେଳେ ଶ୍ରବଣ ବାଧିତରେ ୭୧ ଜଣ ,ଦୃଷ୍ଟି ବାଧିତ ୪୦ ଜଣ, ମାନସିକ ଅନଗ୍ରସର ଶ୍ରେଣୀର ୪୦ ଜଣଙ୍କ ନାମ ପଞ୍ଜିକୃତ ହୋଇଥିବା ବ୍ଳକ ପ୍ରଶାସନ ସୁତ୍ରରୁ ଜଣାପଡ଼ିଛି ।ଏ ଅବସରରେ ୫ ଜଣଙ୍କୁ ହ୍ବିଲ ଚୌକି,ଜଣଙ୍କୁ ସି ପି ଚୌକି ଓ ୨ ଜଣଙ୍କୁ ତିନି ଚକିଆ ସାଇକେଲ ପ୍ରଦାନ କରାଯାଇଥିଲା ବେଳେ ଶିବିରରେ ଚିହ୍ନଟ ୩୫ ଜଣଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି।ବିଭାଗୀୟ ଅଧିକାରୀ ସୁନିଲ କୁମାର ନିଶଙ୍କଙ୍କ ସମେତ ବ୍ଳକ ପ୍ରଶାସନର ସମସ୍ତ କର୍ମଚାରୀ ଶିବିର ପରିଚାଳନାରେ ସକ୍ରୀୟ ସହଯୋଗ କରିଥିଲେ।
ନୟାଗଡ଼ରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ


 
         
        