ଭବାନୀପାଟଣା (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ବାମସେଫ୍ ଭାରତ ମୁକ୍ତି ମୋର୍ଚ୍ଚା କଳାହାଣ୍ଡି ଜିଲ୍ଲା ୟୁନିଟ ପକ୍ଷରୁ ଧରତି ଆବା ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମଜୟନ୍ତୀ କୋକସରା ବ୍ଲକର ପିପଲଝାପର ଓ କନ୍ଦାଗଡ ଉଭୟ ଗ୍ରାମରେ ପାଳନ କରାଯାଇଥିଲା। ଏହି ଅବସରରେ ମହାପୁରୁଷଙ୍କ ଆନ୍ଦୋଳନ ଓ ଏହାକୁ ବାମସେଫ୍ ଭାରତ ମୁକ୍ତି ମୋର୍ଚ୍ଚା ଳଢୁଥିବା ତଥା ଆଗାମୀ ଡିସେମ୍ବର ୨୬ ତାରିଖ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ରାଷ୍ଟ୍ରୀୟ ଅଧିବେଶନକୁ ସଫଳ କରିବା ପାଇଁ ବହୁସଂଖ୍ୟାରେ ଯୋଗଦାନ କରିବାକୁ ମୂଳ ନିବାସୀ ବହୁଜନ ସମାଜର ଭାଇଭଉଣୀମାନଙ୍କୁ ଅନୁରୋଧ କରାଯାଇଥିଲା। ଏହି ଅବସରରେ ଭାରତ ମୁକ୍ତି ମୋର୍ଚ୍ଚା ଓଡ଼ିଶା ରାଜ୍ୟ ପ୍ରଭାରୀ ମାଧବ ସୁନାନୀ, ରାଷ୍ଟ୍ରୀୟ ମୂଳ ନିବାସୀ ବହୁଜନ କର୍ମଚାରୀ ସଂଘ ରାଜ୍ୟ ସଭାପତି ଡମ୍ବରୁଧର ମାଝୀ, ବହୁଜନ ମୁକ୍ତି ପାର୍ଟି ରାଜ୍ୟ ମହାସଚିବ ମହେନ୍ଦ୍ର ଧଙ୍ଗଡା ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

