ଧର୍ମଗଡ (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ କେଗାଁ ଗ୍ରାମରେ ବସୁଧା ଯୋଜନାରେ ନିର୍ମିତ ପିଇବାପାଣି ପାଇପଲାଇନ ଫାଟିଯିବାରୁ ଗତ ଚାରି ଦିନ ଧରି ଜଳଯୋଗାଣ ବନ୍ଦ ରହିଥିଲା। ଏହି ସମସ୍ୟା ଯୋଗୁଁ ଗ୍ରାମବାସୀମାନେ ନାହିଁ ନଥିବା ଅସୁବିଧାରେ ପଡ଼ିଥିଲେ। ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କ ହସ୍ତକ୍ଷେପରେ ଆଜି ପାଇପଲାଇନର ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଫଳରେ ଗ୍ରାମକୁ ପୁନର୍ବାର ନିରବଚ୍ଛିନ୍ନ ପିଇବାପାଣି ଯୋଗାଇ ଦିଆଯାଇଛି।ଏହି ଘଟଣା ଏକମାତ୍ର ନୁହେଁ; ପୂର୍ବେ ମଧ୍ୟ ଏହି ଅଞ୍ଚଳରେ ଏକାଧିକ ଥର ଜଳଯୋଗାଣ ବିଚ୍ଛିନ୍ନ ୋଇଥିବା ସୂଚନା ମିଳିଛି । ଗ୍ରାମବାସୀମାନେ ଏହି ଦ୍ରୁତ ମରାମତି କାର୍ଯ୍ୟ ପାଇଁ ସ୍ଥାନୀୟ ବ୍ଳକ ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅଧ୍ୟକ୍ଷ ପଦରେ ଅଧିଷ୍ଠିତ ହେବା ପରେ ଶ୍ରୀ ମହାନନ୍ଦ ଦିନରାତି ଲୋକଙ୍କ ସେବାରେ ନିୟୋଜିତ ରହୁଥିବାରୁ ବ୍ଲକ ତଥା ବିଭିନ୍ନ ପଞ୍ଚାୟତରେ ସେ ଲୋକପ୍ରିୟତାର ବଢ଼ିବାରେ ଲାଗିଛି । ଅନେକ ନିର୍ବାଚିତ ପ୍ରତିନିଧି ନିର୍ବାଚନ ପରେ ଅଦୃଶ୍ୟ ହୋଇଯାଆନ୍ତି ବେଳେ, ବିନ୍ଦୁ ମହାନନ୍ଦ ଲୋକଙ୍କ ପାଖରେ ସର୍ବଦା ଉପସ୍ଥିତ ରହୁଥିବା ଦୃଷ୍ଟାନ୍ତ ସ୍ଥାପନ କରିଛନ୍ତି।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ

