ଧର୍ମଗଡ଼ (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଓଡିଶା ସରକାରଙ୍କ ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ପଞ୍ଚଯତ ସମିତି ଗୃହ ଠାରେ ନୂତନ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଧର୍ମଗଡ଼ ଗୋଷ୍ଠୀ ଉନୟନ ଅଧିକାରୀ ସଦାଶିବ ନାୟକଙ୍କ ସଭାପତିତ୍ୱରେ ଅନୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଯୋଗଦେଇ ମଧୁବାବୁ ପେନସନ ଯୋଜନାରେ ନୂତନ ଭାବେ ମଂଜୁର ହୋଇଥିବା ୧୭୦ ଜଣ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଭତ୍ତା ବଣ୍ଟନ କରିଥିଲେ l କାର୍ଯ୍ୟକ୍ରମରେ ସଂମ୍ମାନିତ ଅତିଥି ଭାବେ ବ୍ଲକ ଅଧକ୍ଷା ବବିତା ପଟ୍ଟଯୋଶୀ, ତହସିଲଦାର କିର୍ତ୍ତୀ ଚନ୍ଦ୍ରପ୍ରଧାନ,ଉପାଦକ୍ଷା ଜୁଲି ମେହେର ଉପସ୍ଥିତ ରହି ଯୋଜନା ବିଷୟରେ ଅପସ୍ଥିତ ହିତାଧିକାରୀ ମାନଙ୍କୁ ଅବଗତ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଦେବୀ ଚରଣ ମେହେର, ଭାରପ୍ରାପ୍ତ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ଲୋକନାଥ ଭାଟି ସମେତ ସମସ୍ତ ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ, ସଭ୍ୟା ଉପସ୍ଥିତ ଥିଲେ l କାର୍ଯ୍ୟ ସହାୟକ ଦେବେନ୍ଦ୍ର ଆଚାର୍ଯ୍ୟ ସମସ୍ତ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ

