ନୟାଗଡ଼ ଜିଲ୍ଲା ଗଣିଆ (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଗଣିଆ ବ୍ଲକର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଆଡଭାନସ୍ ଟିୟୁଟୋରିଆଲର ରୌପ୍ୟ ଜୟନ୍ତୀ ରବିବାର ଗଣିଆ ଶିକ୍ଷକ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଶୃଙ୍ଖଳିତ ଜୀବନଚର୍ଯ୍ୟା ଭବିଷ୍ୟତ ଗଢ଼ିବା ପାଇଁ ନିତ୍ୟାନ୍ତ ଆବଶ୍ୟକ ବୋଲି ଉପସ୍ଥିତ ଅତିଥମାନେ ଛାତ୍ରଛାତ୍ରୀଙ୍କୁ ଆହ୍ବାନ ଦେଇଥିଲେ । ସଭାପତି ବିଷ୍ଣୁ ପ୍ରାସାଦ ଦାସଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ବ୍ଲକ୍ ଶିକ୍ଷାଧିକାରୀ ରବିନ୍ଦ୍ର ନାଥ ରାଉତରାୟ, ମୁଖ୍ୟ ବକ୍ତା ଭାବେ +୩ ମହାବିଦ୍ୟାଳୟର ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ପଣ୍ଡା, ସ୍ଵତନ୍ତ୍ର ଅତିଥି ଭାବେ ଦଶପଲ୍ଲା ଥାନା ଅଧିକାରୀ ବିନୟ ରଞ୍ଜନ ପରିଡ଼ା, ସମ୍ମାନିତ ଅତିଥି ଭାବେ ରଘୁନାଥ ଜୀଉ ସ୍ନାତକ ମହାବିଦ୍ୟାୟ ରାଜନୀତି ବିଜ୍ଞାନର ମୁଖ୍ୟ ଅଧ୍ୟାପକ ଅଖିଳ କୁମାର ହୋତା, ଗଣିଆ ଥାନା ଏ ଏସ ଆଇ ଶାହା ଆଲମ୍ ଖାନ୍, ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ ବିଜୟ କୁମାର ସାହୁ, ଗଣିଆ ଭାରପ୍ରାପ୍ତ ଅଗ୍ନିଶମ ଅଧିକାରୀ ସୁରେଶ କୁମାର ସାହୁ,ପରିଚାଳକ ବିଶ୍ଵ ରଞ୍ଜନ ସେଠି ପ୍ରମୁଖ ମଞ୍ଚାସିନ ଥିଲେ । ଅନୁଷ୍ଠାନର ରୌପ୍ୟ ଜୟନ୍ତୀ ପାଳନ ଅବସରରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିବା ସହ ତର୍କ, ସଙ୍ଗୀତ,ନୃତ୍ୟ, ସାଧାରଜ୍ଞାନ ପରି ବିଭିନ୍ନ ପ୍ରତିଯୋଗିତାରେ କୃତ୍ତି ପ୍ରତିଯୋଗୀମାନଙ୍କୁ ମାନପତ୍ର ଓ ଫଳକ ପ୍ରଦାନ କରାଯାଇଥିଲା । ଏହି ଅବସରରେ କୃତ୍ତି ଛାତ୍ର ଛାତ୍ରୀ, ସହଯୋଗୀ ଅଭିଭାବକ, ଅଧ୍ୟାପକ, ଅଧ୍ୟାପିକା, ସାମ୍ବାଦିକମାନଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ନୟାଗଡ଼ରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ

