
କଳାହାଣ୍ଡି ଜିଲ୍ଲାର କଲମପୁର ମିନି ଷ୍ଟଡିୟମରେ କଲମପୁର ସାମ୍ବାଦିକ ସମୂହ ଆୟୋଜିତ ଜର୍ଣ୍ଣାଲିଷ୍ଟ ପ୍ରିମିୟର ଲିଗ (ଜେପିଏଲ) ନକ୍ଆଉଟ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୨୭ ଏପ୍ରିଲ ୨୦୨୫ରେ ସଫଳତାର ସହ ସମାପନ ହୋଇଛି। ୨୦ ଏପ୍ରିଲରୁ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟରେ ୧୧ଟି ଗ୍ରାମ ପଞ୍ଚାୟତ ଓ ସାମ୍ବାଦିକ ଦଳ ସମେତ ୧୨ଟି ଦଳ ଭାଗ ନେଇଥିଲେ। ଫାଇନାଲରେ କଲମପୁର ଗ୍ରାମ ପଞ୍ଚାୟତ ଦଳ ଦେପୁର ଗ୍ରାମ ପଞ୍ଚାୟତକୁ ପରାସ୍ତ କରି ଚମ୍ପିୟାନ ଟ୍ରଫି ଜିତିଛି। ଉଦଯାପନୀ କାର୍ଯ୍ୟକ୍ରମରେ ସାମ୍ବାଦିକ ଶୁଭେନ୍ଦୁ ପଣ୍ଡା ସଭାପତିତ୍ୱ କରିଥିବା ବେଳେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ, ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀଆ, ଅଧ୍ୟାପକ ବିଭୂତି ପଟ୍ଟନାୟକ, କଲମପୁର ବ୍ଲକ ଅଧ୍ୟକ୍ଷ ଚିନ୍ତାମଣି ବେହେରା, କଲମପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ସୂର୍ଯ୍ୟକାନ୍ତି ପଣ୍ଡା, ପଣ୍ଡିଗାଁ ପଞ୍ଚାୟତ ସରପଞ୍ଚ କବିତା ଜୈନ, ମୀନଗୁର ପଞ୍ଚାୟତ ସରପଞ୍ଚ ନିହାରିକା ବେହେରା, ଦେପୁର ପଞ୍ଚାୟତ ସରପଞ୍ଚ ଟିଙ୍କଲ ପାତ୍ର, କଲମପୁର ପୂର୍ବତନ ସରପଞ୍ଚ ଚତୁର୍ଭୁଜ ପଣ୍ଡା, ସମାଜସେବୀ ଘନଶ୍ୟାମ ନାଏକ, ସାମ୍ବାଦିକ ଶଙ୍କର୍ଷଣ ବେହେରା ଏବଂ ଦୀପକ ସାହୁ ଉପସ୍ଥିତ ଥିଲେ। ଫାଇନାଲରେ ବିରେନ୍ଦ୍ର ପ୍ରସାଦ ନାଏକ ‘ମ୍ୟାନ ଅଫ ଦ ମ୍ୟାଚ’ ଓ ‘ମ୍ୟାନ ଅଫ ଦ ସିରିଜ’ ପୁରସ୍କାର ଗ୍ରହଣ କରିଥିଲେ। ଖେଳ ପରିଚାଳନା ଦାୟିତ୍ୱ କଲମପୁର ଥାନା ଏଏସଆଇ ଶେଖର ଜେନା ଓ ବୁଦ୍ଧିମନ୍ତ ଭରାଶଗଡ଼ିଆ ନିର୍ବାହ କରିଥିଲେ। ଶାଶ୍ଵତ ପଣ୍ଡା ଓ ରଞ୍ଜନ କୁମାର ସାହୁ ଧାରାବିବରଣୀ ପ୍ରଦାନ କରିଥିବା ବେଳେ ଚମ୍ପିୟାନ ୟୁବ ଟ୍ୟୁବ୍ ଚ୍ୟାନେଲରେ ଖେଳର ସିଧାସଳଖ ପ୍ରସାରଣ ହୋଇଥିଲା। ନିଲାଞ୍ଚଲ ଛତ୍ରିଆ ସ୍କୋରବୋର୍ଡ ପରିଚାଳନା କରିଥିଲେ। ବିଜେତା କଲମପୁର ଗ୍ରାମ ପଞ୍ଚାୟତ ଦଳକୁ ୨୦,୦୦୦ ଟଙ୍କା ଓ ଟ୍ରଫି, ଏବଂ ରନର୍ସ-ଅପ୍ ଦେପୁର ଗ୍ରାମ ପଞ୍ଚାୟତ ଦଳକୁ ୧୫,୦୦୦ ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥିଲା। ଖେଳ ପରିଚାଳନା କମିଟିର ସଭାପତି ରାଜେଶ କୁମାର ସାହୁ, ସମ୍ପାଦକ ଶରତ ଚନ୍ଦ୍ର ସୁନାନୀ, ସୁରେନ୍ଦ୍ର ନାଏକ, ଗଣେଶରାମ ବାଗ, ଚକ୍ରଧର ନାଏକ, ଶେଷଦେବ ନାଏକ, ଭୋଜରାଜ ଛତ୍ରିଆ, ଟୁନା ବିହାରୀ, ସଞ୍ଜୟ ସାହୁ ଓ ଦର୍ଶନ ଗୁପ୍ତା ଆୟୋଜନକୁ ସଫଳ କରିଥିଲେ। ଶେଷରେ, ସଭାପତି ଧନ୍ୟବାଦ ଜଣାଇ କାର୍ଯ୍ୟକ୍ରମ ସମାପ୍ତ କରିଥିଲେ।