
ଧର୍ମଗଡ଼, (ସତ୍ୟଯୁଗ ମିଡିଆ): ଧର୍ମଗଡ଼ ବ୍ଲକର ନନ୍ଦଗାଁ ଠାରେ ବୁଢ଼ାରଜା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ବେହେରା ଓ ସର୍ଗିଗୁଡା ଦଳ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା । ମ୍ୟାଚରେ ବେହେରା ଦଳ ପ୍ରଥମେ ବ୍ୟାଟିଂ କରି ୧୨ ଓଭରରେ ୧୦୮ ରନ ସଂଗ୍ରହ କରିଥିଲା। ପ୍ରତିପକ୍ଷ ସର୍ଗିଗୁଡା ଦଳ ୬୦ ରନରେ ଅଲଆଉଟ ହେବା ଫଳରେ ବେହେରା ଦଳ ବିଜୟୀ ହୋଇଥିଲା। ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ପଣ୍ଡରାମାଲି ଯୁବ ବାହିନୀ ଜିଲ୍ଲା ସଭାପତି ଭବାନୀ ଶଙ୍କର ବଣିଆ ଏବଂ ସମ୍ମାନୀୟ ଅତିଥି ଭାବେ ସ୍ଥାନୀୟ ସମିତି ସଭ୍ୟ ଭୁବନେଶ୍ୱର ଶବର ଓ ସଞ୍ଜୟ ପଟେଲ ଯୋଗ ଦେଇଥିଲେ। ଏହି ଅବସରରେ ବେହେରା ଦଳକୁ ଚମ୍ପିଆନ ଟ୍ରଫି ପ୍ରଦାନ କରାଯାଇଥିଲା। ଖେଳ ପରିଚାଳନା ଦାୟିତ୍ୱରେ କେଶବ ଦୁର୍ଗା ଓ ଗିରିଧାରୀ ହଂସ ଥିବା ବେଳେ ମୀନକେତନ ବାଗ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ।
(ଧର୍ମଗଡରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ)