
ଧର୍ମଗଡ:(ସତ୍ୟଯୁଗ ମିଡିଆ,ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଧର୍ମଗଡ଼ ତହସିଲ କାର୍ଯ୍ୟାଳୟରେ ଶୁକ୍ରବାର ସକାଳ ୧୧ଟାରେ ନୂତନ ତହସିଲଦାର ଭାବରେ କୀର୍ତ୍ତି ଚନ୍ଦ୍ର ପ୍ରଧାନ ଯୋଗଦାନ କରିଛନ୍ତି। ପୂର୍ବତନ ତହସିଲଦାର ସଞ୍ଜୟ କୁମାର ସାମନ୍ତରାଙ୍କ ବଦଳି ପରେ ଶ୍ରୀ ପ୍ରଧାନ ଏହି ପଦବୀ ଗ୍ରହଣ କରିଛନ୍ତି। ସେ ପୂର୍ବରୁ ରାୟଗଡା ଜିଲ୍ଲାର କୋଲନାରା ତହସିଲରେ ତହସିଲଦାର ଭାବରେ କାର୍ଯ୍ୟରତ ଥିଲେ। ନୂତନ ତହସିଲଦାରଙ୍କୁ ସୋସିଆଲ ଆକ୍ଟିଭିଷ୍ଟ ଅଫ କଳାହାଣ୍ଡି ସଂଗଠନ ତରଫରୁ ସ୍ୱାଗତ କରାଯାଇଛି। ସମାଜସେବୀ ଢଗ ନାଏକ, ମହେଶ୍ୱର ସୁନାନୀ, ପ୍ରଶାନ୍ତ ନାଏକ ଏବଂ ସାମ୍ବାଦିକ ସୁଧୀର ଗୋପାଳ ପ୍ରମୁଖ ପୁଷ୍ପଗୁଚ୍ଛ ପ୍ରଦାନ କରି ଶ୍ରୀ ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହାସହ ବଦଳି ହୋଇଥିବା ପୂର୍ବତନ ତହସିଲଦାର ସଞ୍ଜୟ କୁମାର ସାମନ୍ତରାଙ୍କୁ ମଧ୍ୟ ସଂଗଠନ ତରଫରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜଣାଇ ତାଙ୍କ ସେବାକୁ ସମ୍ମାନ ଜଣାଇଥିଲେ। ଏହି ଅବସରରେ ସ୍ଥାନୀୟ ସମାଜସେବୀ ଓ ସାମ୍ବାଦିକମାନେ ନୂତନ ତହସିଲଦାରଙ୍କ କାର୍ଯ୍ୟକାଳରେ ଧର୍ମଗଡର ବିକାଶ ଓ ଜନସାଧାରଣଙ୍କ ସେବାରେ ଉଲ୍ଲେଖନୀୟ ଅବଦାନ ରହିବ ବୋଲି ଆଶା ପ୍ରକାଶ କରିଛନ୍ତି।