
ଭବାନୀପାଟଣା,(ସତ୍ୟଯୁଗ ମିଡିଆ, ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) : ରାଜ୍ୟର ଗମନାଗମନ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହିତ ସଡ଼କ ଦୁର୍ଘଟଣା ହ୍ରାସ କରିବା ପାଇଁ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୂବନେଶ୍ୱର ସ୍ଥିତ କନଭେନସନ ହଲ ଠାରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକଳ୍ପ ଓ ସେବାର ଉଦଘାଟନ କରିଛନ୍ତି। ଏହି କ୍ରମରେ କେନ୍ଦୁଝର ରାମଚନ୍ଦ୍ରପୁର ଠାରେ ଏକ ସ୍ଵୟଂକ୍ରିୟ ଯାନ ପରୀକ୍ଷଣ ବ୍ୟବସ୍ଥା କେନ୍ଦ୍ରର ସ୍ଥାପନ ପାଇଁ ଶିଳାନ୍ୟାସ ମଧ୍ଯ ହୋଇଛି। ଏଠାରେ ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି ପାରଦର୍ଶିତାର ସହ ଗାଡ଼ିର ଫିଟନେସ ପରୀକ୍ଷା ସଂପନ୍ନ କରାଯିବ । ଯାହା ସଡ଼କରୁ ଅନୁପଯୁକ୍ତ ଗାଡ଼ି ହ୍ରାସ କରି ସଡ଼କ ସୁରକ୍ଷାକୁ ସଶକ୍ତ କରିବ। ଏହି ପରିପ୍ରେକ୍ଷୀରେ ସନ୍ଧ୍ୟାରେ କଳାହାଣ୍ଡି ଜିଲ୍ଲାପାଳ ଭିଡିଓ କନଫରେସିଂ ହଲଠାରେ ଆଭାସୀ ମାଧ୍ୟମରେ ଲୋକସଭା ସାଂସଦ ଶ୍ରୀମତୀ ମାଲବିକା ଦେବୀ, ଧର୍ମଗଡ଼ ବିଧାୟକ ମାନ୍ୟବର ସୁଧୀର ରଞ୍ଜନ ପଟ୍ଟଯୋଶୀ, କଳାହାଣ୍ଡି ଜିଲ୍ଲାପାଳ ପାୱାର ପ୍ରକାଶ ସଚିନ, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ଆଞ୍ଚଳିକ ପରିବହନ ଅଧିକାରୀ ଗତିକୃଷ୍ଣ ସାମନ୍ତରାୟ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ, ଯୁଗଳ କିଶୋର ପୋଢ଼, ଶିକ୍ଷାବିତ୍ ଉମେଶ କୁମାର ଶତପଥୀ ସମେତ ଅନ୍ୟ ପ୍ରଶାସନିକ ଅଧିକାରୀ, ସ୍ୱେଚ୍ଛାସେବୀ ଏବଂ ଜନସାଧାରଣ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସହ ଯୋଡ଼ି ହୋଇଥିଲେ ଏବଂ ସଡ଼କ ସୁରକ୍ଷା ଶପଥ ପାଠ କରିଥିଲେ। ଏହି ଅବସରରେ ଭବାନୀପାଟଣା ଠାରୁ ହାଇଦ୍ରାବାଦକୁ ଜଗନ୍ନାଥ ଏକ୍ସପ୍ରେସ ବସର ଶୁଭାରମ୍ଭ କରାଯାଇଥିଲା। (ସ୍ବତନ୍ତ୍ର ପ୍ରତିନିଧି, ଜଗନ୍ନାଥ ନାଏକଙ୍କ ରିପୋର୍ଟ, ସତ୍ୟଯୁଗ ମିଡିଆ)