
ଧର୍ମଗଡ଼(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକର ବୋଡେନ ଠାରେ ମୂଳନୀବାସୀ ବହୁଜନ ମିଳିତ ମହାସଂଘ ତରଫରୁ ଏକ ଯୁବ ଛାତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସଂଗଠନର ରାଜ୍ୟ ସାଧାରଣ ସମ୍ପାଦକ ଦିଗାମ୍ବର ଦୁରିଆ, ପୂର୍ବତନ କୃଷି ଅଧିକାରୀ ତଥା ଉପଦେଷ୍ଟା ଚକ୍ରଧର ବେନୁପାଣି, ପ୍ରେମଲାଲ ଜଗତ, ୟୁଗେସ ତାଣ୍ଡି, ସମାଜସେବୀ ଢଗ ନାଏକ, ଓମ ପ୍ରକାଶ, ମଘବା ସୁନାନୀ, ଦିଲ୍ଲୀପ ବାଗ ପ୍ରମୁଖ ମଞ୍ଚାସୀନ ଥିଲେ।।ବୋଡେନ, ରଙ୍କାବହାଲ, ବଡ଼ଫୁର୍ଲା ଓ ଆଇଁଲାଜୋର ଗ୍ରାମର ଯୁବକ ଓ ଛାତ୍ରଛାତ୍ରୀମାନେ, ଯଥା ମନୋଜ ବାଗ, ରୋହିତ ଖମାରୀ, ଉଦିତ ନାଏକ, ପାବନୀ ମହାନନ୍ଦ, ଅକ୍ଷୟ ଜାଲ, ପ୍ରଦୀପ ଦୁର୍ଗା, ଚୁମନ ଛୁରା, ସୀତାଂଶୁ ସାଗର, ପୂର୍ଣ୍ଣ ଦୁର୍ଗା ପ୍ରମୁଖ ଉପସ୍ଥିତ ରହି ଆମ୍ବେଦକରବାଦର ଆଦର୍ଶକୁ ଗାଁ ଗାଁରେ ପହଞ୍ଚାଇବା ଏବଂ ସଂଗଠନକୁ ସୁଦୃଢ଼ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଥିଲେ। ଏହି ବୈଠକରେ ସାମାଜିକ ନ୍ୟାୟ ପ୍ରତିଷ୍ଠା ପାଇଁ ଯୁବକ ଓ ଛାତ୍ରଛାତ୍ରୀଙ୍କ ଭୂମିକା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଆମ୍ବେଦକରବାଦର ମୂଲ୍ୟବୋଧ ଯଥା ସମାନତା, ଭାଇଚାରା ଓ ନ୍ୟାୟ ଆଧାରିତ ସମାଜ ଗଠନ ପାଇଁ ଯୁବ ସମାଜକୁ ସଚେତନ କରାଯାଇଥିଲା। ବକ୍ତାମାନେ ଯୁବକମାନଙ୍କୁ ସାମାଜିକ ଅସମାନତା ଓ ଜାତିଗତ ବୈଷମ୍ୟ ବିରୁଦ୍ଧରେ ସ୍ୱର ଉଠାଇବା ସହ ଶିକ୍ଷା ଓ ସଂଗଠନ ମାଧ୍ୟମରେ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ପ୍ରେରଣା ଦେଇଥିଲେ। ଏହି ବୈଠକ ଯୁବକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ନୂତନ ଉଦ୍ୟମ ଓ ସାମାଜିକ ନ୍ୟାୟ ପ୍ରତି ଦାୟିତ୍ୱବୋଧ ସୃଷ୍ଟି କରିଛି। ସମାଜରେ ସମତା ଓ ନ୍ୟାୟ ପ୍ରତିଷ୍ଠା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବୈଠକରେ ଉପସ୍ଥିତ ନେତାମାନେ ମତ ଦେଇଛନ୍ତି।