
କଲମପୁର:(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ବିକଶିତ କୃଷି ସଂକଳ୍ପ ଅଭିଯାନ ଅନ୍ତର୍ଗତ କଲମପୁର ବ୍ଲକର କୋଟାଗାଁ ଗ୍ରାମପଞ୍ଚାୟତ ସ୍ତରୀୟ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଲମପୁର ବ୍ଲକର କୃଷି ଓ ଖାଦ୍ୟ ଉତ୍ପାଦନ ବିଭାଗ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଶିଷ୍ଟ ବ୍ୟକ୍ତି ଅତିଥି ଭାବେ ଯୋଗଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ କଲମପୁର ବ୍ଲକ ଅଧ୍ୟକ୍ଷ ଚିନ୍ତାମଣି ବେହେରା, କୋଟାଗାଁ ସରପଞ୍ଚ ଚନ୍ଦନ କୁମାର ପଣ୍ଡା, ଜୁନାଗଡ଼ ଏଡିଓ କମଲ ଲୋଚନ ନାୟକ, ସିଆରଆରଆଇ କଟକର ବରିଷ୍ଠ ବୈଜ୍ଞାନିକ ଡକ୍ଟର ଅଞ୍ଜନୀ କୁମାର, କଳାହାଣ୍ଡି କେଭିକେର କୃଷି ଯାନ୍ତ୍ରିକୀ ବିଶେଷଜ୍ଞ ଜଗମୋହନ ମେହେର, କେଭିକେର ବରିଷ୍ଠ ଟେକ୍ନିକାଲ ଅଫିସର ରୋଜାଲିନ ସ୍ୱାଇଁ,ଏଲଆଇ ଖିତିଶ ମୁଣ୍ଡ ଏବଂ କଲମପୁର ବ୍ଲକର ଏଏଓ ତଥା ପ୍ରଭାରୀ ବିଏଓ ଅଜୟ କୁମାର ବେମାଲ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ କୃଷି କ୍ଷେତ୍ରରେ ବିକାଶ ଓ ନୂତନ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଗ୍ରାମୀଣ କୃଷକମାନଙ୍କୁ ଆଧୁନିକ କୃଷି ପଦ୍ଧତି ଓ ସରକାରୀ ଯୋଜନା ସମ୍ପର୍କରେ ସଚେତନ କରାଯାଇ ସେମାନଙ୍କ ଉତ୍ପାଦନ ବୃଦ୍ଧି ଓ ଆର୍ଥିକ ସ୍ଥିତି ସୁଧାର ପାଇଁ ପ୍ରେରଣା ଦିଆଯାଇଥିଲା।