
ଭବାନୀପାଟଣା:(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାସ୍ଥିତ ଅମଲା ଭବନଠାରେ ପଛୁଆ ବର୍ଗ (ଓବିସି) ମଞ୍ଚର ଜିଲ୍ଲା କର୍ମକର୍ତ୍ତା ଚୟନ ଏବଂ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଓବିସି ମଞ୍ଚ ଜିଲ୍ଲା କମିଟିର ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି। ନୂତନ କର୍ମକର୍ତ୍ତା ଚୟନରେ ଜିଲ୍ଲା ସଭାପତି ଭାବେ ଡମ୍ବରୁଧର ଲହଜଲ ଦାୟିତ୍ବ ଗ୍ରହଣ କରିଥିବା ବେଳେ କାର୍ଯ୍ୟକାରୀ ସଭାପତି ସଚ୍ଚିଦାନନ୍ଦ ମହାଖୁଡ,ଉପ-ସଭାପତି କୃଷ୍ଣ ଚନ୍ଦ୍ର ସାହୁ, ବେଣୁଧର ଟୋଲଟିଆ, ଗୋପାଲ ଚନ୍ଦ୍ର ସାହୁ, ପ୍ରଦୀପ ନାଏକ,ସାଧାରଣ ସମ୍ପାଦକ ହିମାଂଶୁ ଶେଖର ବରାଡ, ସାଂଗଠାନିକ ସମ୍ପାଦକ ଡାକେଶ୍ୱର ଲହଜଲ,କୋଷାଧକ୍ଷ ଦିପ ଚାନ୍ଦ ସାହୁ, ସହ-ସମ୍ପାଦକ ରଶ୍ମି ରେଖା ରାଉତ, ବିରଞ୍ଚି ପ୍ରସାଦ ସରାପ, ସଚ୍ଚିଦାନନ୍ଦ ସାହୁ,କାର୍ଯ୍ୟକାରୀ ସଦସ୍ୟା ସଙ୍ଗୀତା ଖର୍ସେଲ,ସଦସ୍ୟ ଲିଲାମ୍ବର ସାହୁ, ରଜନୀକାନ୍ତ ବିଶି, ନରହରୀ ବାଗ, କୀର୍ତ୍ତି ଚନ୍ଦ୍ର ଗଉଡ, ବିକାଶ ପ୍ରଧାନ, ଅଙ୍କୁର ବାଗ, ଗିରିଧାରୀ ସାହୁ, ଉପଦେଷ୍ଟା ରୁପକେଶରି ଦଳାଇ, ବ୍ରଜ ମୋହନ ସାହୁ, ସିଦ୍ଧାର୍ଥ ନାଏକ, କୀର୍ତ୍ତନ ନାଏକ, ପ୍ରକାଶ ଚନ୍ଦ୍ର ନାଏକ, ଈଶ୍ୱର ପୁଝାରୀ, ଟିକଚନ ନାଗ, ମହେନ୍ଦ୍ର ନାଏକ, ଦିଲୀପ କୁମାର ମେହେର, ଜିଲ୍ଲା ଛାତ୍ର କୋଡ଼ିନେଟର ନୀଳାମ୍ବର ସାହୁ, ମେଡିଆ ସେଲ କୋଡ଼ିନେଟର ତୁଳାମଣି ନାଗ, ଲକ୍ଷ୍ମୀ ରଞ୍ଜନ ବାଗ, ମନ ମୋହନ ପ୍ରଧାନ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଭାପତି ଭାବେ ଦୁର୍ଗା ପ୍ରସାଦ ନାଏକ ଦାୟିତ୍ବ ଗ୍ରହଣ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଓବିସି ମଞ୍ଚ ଶିକ୍ଷା, ଚାକିରି ଏବଂ ରାଜନୀତି କ୍ଷେତ୍ରରେ ପଛୁଆ ବର୍ଗ ପାଇଁ ୨୭% ସଂରକ୍ଷଣ ଦାବି କରିଛି। ମଞ୍ଚ ଅଭିଯୋଗ କରିଛି ଯେ ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଓଡ଼ିଶାର ବିଜୁ ଜନତା ଦଳ (ବିଜେଡି) ସରକାର ଓବିସି ମାନଙ୍କୁ ସଂରକ୍ଷଣ ପ୍ରଦାନ କରିନଥିଲେ, ଯାହା ପଛୁଆବର୍ଗର ଅଧିକାରକୁ ଉପେକ୍ଷା କରିଛି। ଏହାକୁ ଦୃଷ୍ଟିରେ ରଖି ଓବିସି ମଞ୍ଚ ଘୋଷଣା କରିଛି ଯେ ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଯଦି ରାଜ୍ୟ ସରକାର ୨୭% ସଂରକ୍ଷଣ ପ୍ରଦାନ ନକରନ୍ତି, ତେବେ ସାରା ରାଜ୍ୟରେ ଓବିସି ମଞ୍ଚ ପକ୍ଷରୁ ଜୋରଦାର ଆନ୍ଦୋଳନ କରାଯିବ। ଏହି ଦାବିକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ଜୋରଦାର ଭାବେ ଉପସ୍ଥାପନ କରାଯିବ ବୋଲି ମଞ୍ଚ ପ୍ରକାଶ କରିଛି। ଏହି ସମ୍ମିଳନୀ ମାଧ୍ୟମରେ ଓବିସି ମଞ୍ଚ ସମାଜରେ ପଛୁଆ ବର୍ଗର ଅଧିକାର ଓ ସୁଯୋଗ ନିଶ୍ଚିତ କରିବା ପାଇଁ ସେମାନଙ୍କର ଦୃଢ଼ ପ୍ରତିବଦ୍ଧତା ପୁନର୍ବାର ଦୋହରାଇଛି।