
ଭବାନୀପାଟଣା( ସତ୍ୟଯୁଗ ମିଡିଆ, ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଗୁଜରାଟର ଅହମ୍ମଦାବାଦରେ ସଂଘଟିତ ମର୍ମନ୍ତୁଦ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀମାନଙ୍କୁ କଳାହାଣ୍ଡି ଜିଲ୍ଲା ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ସ୍ଥାନୀୟ ଗାନ୍ଧୀ ଛକରେ ଆୟୋଜିତ ଏକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ବିଜେଡି କର୍ମୀମାନେ ମୃତକଙ୍କ ଆତ୍ମାର ସଦଗତି କାମନା କରି ଦୁଇ ମିନିଟ୍ ନିରବ ପ୍ରାର୍ଥନା ସହିତ କ୍ୟାଣ୍ଡେଲ ଜାଳି ଶ୍ରଦ୍ଧା ଜ୍ଞାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ, ପୌରାଧ୍ୟକ୍ଷ ବିଷ୍ଣୁ ପ୍ରଧାନ, ବରିଷ୍ଠ ବିଜେଡି ନେତା ପ୍ରଦୀପ ମୁଣ୍ଡ, ଜାକୀର ହୁସେନ, ଜିଲ୍ଲା ଯୁବ ବିଜେଡି ସଭାପତି ଆଦିତ୍ୟ ନନ୍ଦ, ଜିଲ୍ଲା ମହିଳା ସଭାନେତ୍ରୀ ଲଳିତା ନାଏକ, ରାଜ୍ୟ ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର, ପୂର୍ବତନ ପୌର ଉପାଧ୍ୟକ୍ଷା ସବିତା ପ୍ରଧାନ, ଧବଳେଶ୍ଵର ମହାପାତ୍ର, ଏସସି ସେଲ ସଭାପତି ପ୍ରଶାନ୍ତ ନାଏକ, ବଦ୍ରିନାରାୟଣ ପଟ୍ଟନାୟକ, ପ୍ରେମ ରଞ୍ଜନ ପାଣିଗ୍ରାହୀ, ସାମନ୍ତ ଖମାରୀ, ଉଦୟ ସୁନାନୀ, ହାରାମଣୀ ଗଣ୍ଡ, ଜୟଶ୍ରୀ ଅଗ୍ରୱାଲ, ସମିତା ନାଏକ, ରାଜୀବ ଲୋଚନ ଶତପଥୀ, କ୍ଷିରସିନ୍ଧୁ ନାଏକ, ଚିରାଗ ସିଂହଦେଓ, ଶିବା ସାହୁ, ପ୍ରଦୀପ ପ୍ରଧାନ, ରଞ୍ଜୁକ୍ତା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।