
କଲମପୁର:(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ରୁ ଉତ୍ପାଦିତ ସ୍ୱାଦିଷ୍ଟ ଆମ୍ରପଲ୍ଲୀ ଆମ୍ବ ରବିବାର ଦିନ ଟିଟିଲାଗଡ଼ ରେଳ ଷ୍ଟେସନରୁ ସମତା ଏକ୍ସପ୍ରେସ ଯୋଗେ ନୂଆଦିଲ୍ଲୀର ମଦର ଡାଇରୀକୁ ପଠାଯାଇଛି। ଏଫପିଓ ପ୍ରମୋସନ ଏକ୍ସପର୍ଟ ମୁରଲି କୁମାର ଶତପଥୀଙ୍କ ନେତୃତ୍ୱରେ ଏଫପିସି ଏସଓ ମାର୍ଟ ସଂଗଠନ ଏବଂ ଓପେକେରା ସହଯୋଗରେ ଜୁନାଗଡ଼ ସଫଳ ଚାଷୀ ଉତ୍ପାଦକ ଗୋଷ୍ଠୀ ଏହି ଉଦ୍ୟମ ହାତକୁ ନେଇଛି। ସଫଳ ଋଷୀ ଉତ୍ପାଦକ ଗୋଷ୍ଠୀର ନିର୍ଦ୍ଦେଶକ ବଂଶୀଧର ନାୟକ, ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁକଦେବ ଏବଂ ଜେ ଫାର୍ମ ସର୍ଭିସର ଫିଲ୍ଡ ଅଫିସର ଚନ୍ଦନ ଖାଡଙ୍ଗାଙ୍କ ମିଳିତ ପ୍ରୟାସରେ ଏହି ଆମ୍ବ ନୂଆଦିଲ୍ଲୀ ପଠାଯାଇଛି। ଚନ୍ଦନ ଖାଡଙ୍ଗାଙ୍କ ସକ୍ରିୟ ସହଯୋଗ ଯୋଗୁଁ କୃଷକଙ୍କ ଉତ୍ପାଦିତ ସାମଗ୍ରୀ ଉପଯୁକ୍ତ ବଜାର ପାଇଛି, ଫଳରେ କୃଷକମାନେ ନିଜ ଉତ୍ପାଦର ଉଚିତ ମୂଲ୍ୟ ପାଉଛନ୍ତି।ନିକଟରେ ଜୁନାଗଡ଼ରୁ ଉତ୍ପାଦିତ କଦଳୀ ଦୁବାଇ ବଜାରକୁ ପଠାଯାଇଥିବା ବେଳେ ଏହି ଆମ୍ବ ରପ୍ତାନୀ କଳାହାଣ୍ଡିର କୃଷକଙ୍କ ପାଇଁ ଆଉ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି।