
ଧର୍ମଗଡ଼:(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଖମାରହଳଦୀ ନିକଟରେ ବିଜୁ ଏକ୍ସପ୍ରେସ୍ ୱେ ରାସ୍ତାରେ ରବିବାର ସନ୍ଧ୍ୟା ସମୟରେ ଏକ କାର ଓ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଅଟୋ ଚାଲକ ଗୁରୁତର ଆହତ ହୋଇଛନ୍ତି। ଆହତ ଚାଲକ ଜଣକ ହେଲେ ଖମାରହଳଦୀ ଗ୍ରାମର ଗେଲେନ୍ଦ ମାଝୀ। ସେ ନିଜ ଅଟୋରେ ବିଜୁ ଏକ୍ସପ୍ରେସ୍ ୱେରେ ଯାଉଥିବା ବେଳେ ଏକ କାର ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ଗେଲେନ୍ଦଙ୍କ ମୁଣ୍ଡ ଫାଟି ଗୁରୁତର ଆହତ ହୋଇଛନ୍ତି।ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ। କିନ୍ତୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ଭରତ ଦାସ, ଧର୍ମଗତ