
କଲମପୁର:(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ସୋମବାର ବିଳମ୍ବିତ ରାତିରେ କଲମପୁର-ଜୁନାଗଡ ମୁଖ୍ୟ ରାସ୍ତାର ଦେପୁର ନିକଟରେ ଏକ ମର୍ମନ୍ତୁଦ ବାଇକ ଦୁର୍ଘଟଣା ଘଟିଛି। ଏଥିରେ ଦୁଇ ଯୁବକଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ୧୪ ବର୍ଷିୟ ନାବାଳକ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ପରୁଆଗୁଡା ଗ୍ରାମର ରୋହିତ ପଟେଲ ଏବଂ ଜୁନାଗଡ ଥାନା ଅଧୀନସ୍ଥ ମୁଣ୍ଡୁରାଗୁଡା ମହୁଲପଡାର ଅଜୟ ମାଝୀ ଓ ଲକ୍ଷ୍ମୀକାନ୍ତ ମାଝୀ (ଛୋଟୁ) ଏକ ବାଇକ (ନମ୍ବର: ଓଡି ୦୮ ଇଏମ୍ ୬୭୨୪)ରେ ମୁଣ୍ଡୁରାଗୁଡା ଗ୍ରାମକୁ ଯାଉଥିବା ବେଳେ ଦେପୁର ନିକଟରେ ବାଇକଟି ନିୟନ୍ତ୍ରଣ ହରାଇ ରାସ୍ତା କଡ଼ରେ ଥିବା ଏକ ଗଛ ସହ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ରୋହିତ ଓ ଅଜୟଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଆହତ ଲକ୍ଷ୍ମୀକାନ୍ତକୁ ପ୍ରାଥମିକ ଚିକିତ୍ସା ପାଇଁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ମଙ୍ଗଳାବର ଭୋର ୫ଟା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ମୃତଦେହ ଦୁଇଟି କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖାଯାଇଛି ଏବଂ ଘଟଣାର ତଦନ୍ତ ଚାଲିଛି।