
ଖଣ୍ଡପଡ଼ା:(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ନୟାଗଡ ଜିଲ୍ଲା ଖଣ୍ଡପଡାବ୍ଲକ କୁମ୍ଭାରପଡା ପଂଚାୟତ ଅଧିନସ୍ଥ ଶ୍ରୀ ଶ୍ରୀ ଲଡ଼ୁକେଶ୍ୱର ମନ୍ଦିର ପରିସରରେ ଜଗନ୍ନାଥ ମହାପ୍ରଭୁଙ୍କ ପ୍ରାର୍ଥନା ଗୃହକାର୍ଯ୍ୟ କଚ୍ଛପଗତିରେ ଚାଲିଥିବା ଦୃଷ୍ଟିଗୋଚର ହେଉଛି। ପ୍ରକାଶ ଥାଉକି, ୨୦୨୪-୨୫ ଆର୍ଥୀକ ବର୍ଷରେ ଉକ୍ତ ଗୃହର ଛାତ, କାନ୍ଥ, ଓ ଚଟାଣ କାର୍ଯ୍ୟ କରିବା ନିମନ୍ତେ ପଞ୍ଚାୟତ ପାଣ୍ଠିରୁ ୪ଲକ୍ଷ ୫୯ ହଜାର ଟଙ୍କା ବ୍ୟୟ ବରାଦ କରାଯାଇଥିଲେ ମଧ୍ୟ ଏଯାବତ କାର୍ଯ୍ୟ ପୂର୍ଣ୍ଣାଙ୍ଗ ହୋଇନଥିବାରୁ ଗ୍ରାମବାସୀ କ୍ଷଭୋପ୍ରକାଶ କରିଛନ୍ତି। ପଞ୍ଚାୟତ କର୍ତ୍ତୃପକ୍ଷ ଓ ବ୍ଲକ ପ୍ରଶାସନ ଏହି ଦିଗରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି। ଏହି ସମ୍ପର୍କରେ ପଞ୍ଚାୟତ ସରପଞ୍ଚଙ୍କୁ ଯୋଗାଯୋଗ କରିବାରୁ ଏହି ଦିଗରେ ତୁରନ୍ତ ପଦକ୍ଷେପ ନେବେ ବୋଲି ପ୍ରକାଶ କରିଛନ୍ତି। ସରପଞ୍ଚଙ୍କ ପ୍ରତିଶୃତି କେବେ ହେବ କାର୍ଯ୍ୟକାରୀ ତାହା ଦେଖିବାକୁ ବାକିରହିଲା।
ନୟାଗଡରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ