
ଧର୍ମଗଡ:(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) କାର୍ଯ୍ୟାଳୟର ସଭାଗୃହରେ ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତିଙ୍କ ତତ୍ତ୍ୱାବଧାନରେ ଆଗାମୀ ବର୍ଷା ଋତୁରେ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଏକ “ଟେବୁଲ ଟପ ଏକ୍ସରସାଇଜ” ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିପର୍ଯ୍ୟୟ ପୂର୍ବ ଓ ପରେ ସମ୍ଭାବ୍ୟ ପରିସ୍ଥିତି ମୁକାବିଲା ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ବୈଠକରେ ସହରର ବିଭିନ୍ନ ସରକାରୀ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ନିଜ ନିଜର ମତାମତ ପ୍ରଦାନ କରିଥିଲେ। ଉପସ୍ଥିତ ଅଧିକାରୀମାନଙ୍କ ମଧ୍ୟରେ ଉପାଧ୍ୟକ୍ଷା ଶ୍ରୀମତୀ ମନୀଷା ମିଶ୍ର, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ଉପଖଣ୍ଡ ଚିକିତ୍ସାଳୟର ମ୍ୟାନେଜର ସୁମେଶ ନାଏକ, ଥାନା ପ୍ରତିନିଧି, ଗୋଷ୍ଠୀ ପ୍ରାଣୀ ଅଧିକାରୀ, ଏନଏସିର କନିଷ୍ଠ ଯନ୍ତ୍ରୀ, ଏବିଇଓ ବିଶ୍ୱଜିତ ବେହେରା, ଅଗ୍ନିଶମ ଅଧିକାରୀ, ବିଦ୍ୟୁତ ବିଭାଗର ଯନ୍ତ୍ରୀ ଏବଂ ସଫେଇ ପ୍ରବୀଣ ଅଭିନନ୍ଦନ ପ୍ରଧାନ ପ୍ରମୁଖ ସାମିଲ ଥିଲେ। ସମସ୍ତ ପାରିଷଦମାନେ ମଧ୍ୟ ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମଟି ଜୁନିଅର ଆସିଷ୍ଟାଣ୍ଟ ରବୀନ୍ଦ୍ର ପରିଡ଼ା, ଏମଆଇଏସ ଆଶିଷ ପଣ୍ଡା, ଗୋଷ୍ଠୀ ସଂଗଠକ ଯଶୋବନ୍ତ ମହାପାତ୍ର, ଟେକ୍ସ କଲେକ୍ଟର ସୁମେଶ୍ୱର ମହାପାତ୍ର ଏବଂ ସହକାରୀ କନିଷ୍ଠ ଯନ୍ତ୍ରୀ ଦୁଷ୍ମନ୍ତ ଧଙ୍ଗଡାମାଝୀଙ୍କ ଦ୍ୱାରା ପରିଚାଳିତ ହୋଇଥିଲା। ଏହି ବୈଠକ ମାଧ୍ୟମରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ପୂର୍ବ ପ୍ରସ୍ତୁତି ଓ ସମନ୍ୱୟକୁ ଗୁରୁତ୍ୱ ଦିଆଯାଇଥିଲା, ଯାହା ସହରବାସୀଙ୍କ ସୁରକ୍ଷା ଓ ସମ୍ଭାବ୍ୟ କ୍ଷୟକ୍ଷତି ହ୍ରାସ କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ