
କଲମପୁର:(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) କଳାହାଣ୍ଡି ଜିଲ୍ଲାର କଲମପୁର ବ୍ଲକ ଅନ୍ତର୍ଗତ ବଡ଼କୁଟୃ ଗ୍ରାମ ପଞ୍ଚାୟତରେ ବୁଧବାର ‘ବିକାଶ ବାହନ ରଥ’ର ଭବ୍ୟ ସ୍ଵାଗତ କରାଯାଇଥିଲା। ବଡ଼କୁଟରୁ ସରପଞ୍ଚ ଗଣେଶ ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ ବିଜୟ କୁମାର ମାଣ୍ଡାଙ୍ଗୀ, ମୁଖ୍ୟ ବକ୍ତା ଭାବେ ମୁନଗୁର ପୂର୍ବତନ ସରପଞ୍ଚ ବିଜୟ ପଣ୍ଡା, ସ୍ଵତନ୍ତ୍ର ଅତିଥି ଭାବେ ସହକାରୀ ଯନ୍ତ୍ରୀ କିରଣ କୁମାର ଷଣ୍ଢ, ପୂର୍ବତନ ସରପଞ୍ଚ ଗଙ୍ଗାଧର ପଣ୍ଡା, ବରିଷ୍ଠ ବିଜେପି ସଂଗଠକ ଘନଶ୍ୟାମ ନାଏକ, କନିଷ୍ଠ ଯନ୍ତ୍ରୀ ପିତାମ୍ବର ହେମ୍ବ୍ରମ ଏବଂ ଆଇସିଡିଏସ ସୁପରଭାଇଜର ବାସନ୍ତୀ ନାଏକ ମଞ୍ଚାସୀନ ଥିଲେ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ସୂଚନା ପ୍ରଦାନ କରାଯାଇଥିଲା। ପଞ୍ଚାୟତ ସ୍ତରୀୟ ବିଭିନ୍ନ ବିଭାଗୀୟ କର୍ମଚାରୀ, ସିଆର୍ପି, ଏମବିକେ, ମହିଳା ଗୋଷ୍ଠୀର ସଭ୍ୟା ଏବଂ ଅଞ୍ଚଳର ବହୁ ଜନସାଧାରଣ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ବିଭିନ୍ନ ବିଭାଗ ଦ୍ୱାରା ଷ୍ଟଲ ପ୍ରସ୍ତୁତ କରାଯାଇ ସରକାରୀ ଯୋଜନାଗୁଡ଼ିକୁ ଲୋକଙ୍କୁ ବୁଝାଇ ଦିଆଯାଇଥିଲା। ‘ବିକାଶ ବାହନ ରଥ’ ମାଧ୍ୟମରେ ସରକାରଙ୍କ ବିଭିନ୍ନ ଯୋଜନା, ଉପଲବ୍ଧି ଏବଂ ସେବାମୂଳକ କାର୍ଯ୍ୟକୁ ଗ୍ରାମବାସୀଙ୍କ ସାମ୍ନାରେ ପ୍ରଦର୍ଶିତ କରାଯାଇଥିଲା। ମଞ୍ଚ ପରିଚାଳନା ନୀଳକଣ୍ଠ ନାଏକ କରିଥିଲେ।