
ଧର୍ମଗଡ଼:(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) କେନ୍ଦ୍ରରେ ନରେନ୍ଦ୍ର ମୋଦୀ ସରକାରଙ୍କ ୧୧ ବର୍ଷ ଓ ରାଜ୍ୟରେ ମୋହନ ମାଝୀ ସରକାରଙ୍କ ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଗୋଲାମୁଣ୍ଡା ବ୍ଲକର ସିନାପାଲି, କୁହୁରା ଓ ବୋର୍ଡି ଗ୍ରାମ ପଞ୍ଚାୟତରେ ବିକାଶ ବାହାନକୁ ସ୍ବାଗତ କରାଯାଇଥିଲା। ଏହି ଅବସରରେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କ ନେତୃତ୍ବରେ ରଥ ପରିଭ୍ରମଣ କରି ସରକାରଙ୍କ ଏକ ବର୍ଷର ଉନ୍ନୟନମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଲୋକଙ୍କୁ ଜଣାଇ ଥିଲେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ଅନ୍ତର୍ଗତ ଅନ୍ତୋଦୟ ଗୃହର କାର୍ଯ୍ୟାଦେଶ, ଜବ କାର୍ଡ, ରାସନ କାର୍ଡ, ଶ୍ରମିକ କାର୍ଡ ଏବଂ ୩୫୦୦ ଟଙ୍କା ଭତ୍ତା ହିତାଧିକାରୀମାନଙ୍କୁ ପ୍ରଦାନ କରାଗଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ମନୋଜ ମେହେର ଯୋଗ ଦେଇଥିବା ବେଳେ ସ୍ବତନ୍ତ୍ର ଅତିଥି ଭାବେ ବରିଷ୍ଠ ବିଜେପି ନେତା ଶ୍ରୀ ଟଙ୍କଧର ନାଏକ, ଶ୍ରୀ ଜୟନ୍ତ ସିଂ, ଶ୍ରୀ ଜୟ କୃଷ୍ଣ ସାହୁ, ସିନାପାଲି ସରପଞ୍ଚ ଶ୍ରୀ ନଉକେଶ୍ବର ପୁଟେଲ, ସମିତି ସଭ୍ୟ ଶ୍ରୀ ଲୋଚନ ସାହୁ, କୁହୁରା ସରପଞ୍ଚ ଶ୍ରୀମତୀ ପିଙ୍କି ତାଣ୍ଡି, ବୋର୍ଡା ସରପଞ୍ଚ ଶ୍ରୀମତୀ ସ୍ବାଦି ପୁଟେଲ ଓ ସମିତି ସଭ୍ୟା ଶ୍ରୀମତୀ ସସ୍ମିତା ମାଝୀ ଏବଂ ଏମ୍.ଆଇ., ଡବ୍ଲ୍ୟୁ.ଇ.ଓ., ଏମ୍.ବି.କେ., ସି.ଆର୍.ପି., ଅଙ୍ଗନୱାଡି ଓ ଆଶା କର୍ମୀ, ବିଭାଗୀୟ ଅଧିକାରୀ ଏବଂ ଶତାଧିକ ଗ୍ରାମବାସୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ