
ଖଣ୍ଡପଡା:( ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଳକ ଅନ୍ତର୍ଗତ କୁମ୍ଭାରପଡା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଗୁରବାର ପଞ୍ଚାୟତ ସ୍ତରୀୟ ବିକାଶ ବାହନ ସଭା ଅନୁଷ୍ଠିତ ହୋଇଯାଇଛି।ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ କାର୍ଯ୍ୟକାରୀ ହୋଇଥିବା ଜନକଲ୍ୟାଣ କାରୀ ଯୋଜନା ସମ୍ପର୍କରେ ସଚେତନତା କରାଯାଇଥିଲା । ଏହି କାର୍ଯ୍ୟକ୍ରମ କୁମ୍ଭାରପଡା ସରପଞ୍ଚ ଚିନ୍ମୟ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ସିଆରପି, ଆଶାକର୍ମୀ,ଅଙ୍ଗନୱାଡ଼ିକର୍ମୀ,ସମିତି ସଭ୍ୟ ନରେନ୍ଦ୍ର ନାଥ ଦାଶ, ସ୍ୱୟଂସହୟିକା ଗୋଷ୍ଠୀର ମହିଳା,ଏବଂ ପଞ୍ଚାୟତବାସୀ ଉପସ୍ଥିତ ଥିଲେ।ଏହି ସଭାକୁ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ପରିଚାଳନା କରିଥିବା ବେଳେ ଉପସ୍ଥିତି ପଞ୍ଚାୟତବାସୀଙ୍କୁ ଧନ୍ୟବାଦ ଦେଇ ସଭାସାଙ୍ଗ କରିଥିଲେ ।
ନୟାଗଡରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ