
ଗଣିଆ:(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ନୟାଗଡ ଜିଲ୍ଲା ଗଣିଆ ବ୍ଲକ ଅଧିନ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠପରିସରରେ ଶନିବାର ଗଣିଆ ବ୍ଳକ ପ୍ରଶାସନ ତରଫରୁ ବ୍ଳକ ସ୍ତରୀୟ ଆନ୍ତରର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି | ଶରୀର-ମନ ଓ ଆତ୍ମା ଏହି ତିନୋଟି ମଧ୍ୟରେ ସନ୍ତୁଳନ ରକ୍ଷା କରି ଯୋଗ ସକରାତ୍ମକ ଚିନ୍ତାଧାରାକୁ ବିକଶିତ କରିଥାଏ I ଯୋଗାଭ୍ୟାସ କରିବା ଦ୍ବାରା ମନୁଷ୍ୟ ଅନେକ ରୋଗରୁ ଆରୋଗ୍ୟ ଲାଭ କରିଥାଏ। ଆଜିର ଏହି କାର୍ଯ୍ୟକ୍ରମରେ କନ୍ଧମାଳ ସାଂସଦଙ୍କ ପ୍ରତିନିଧି ଶରତ କୁମାର କର,ଗଣିଆ ସରପଞ୍ଚ ଗିରିଧାରୀ ସେଠୀ, ସମିତି ସଭ୍ୟ ଫକୀର ମୋହନ ଡାକୁଆ, କିଶୋର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ନିହାର ବାଳା ରାଉତ,ଡବ୍ଲ୍ୟୁଇଓ ଗୋବିନ୍ଦ ଚନ୍ଦ୍ର ମହାପାତ୍ର, କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ। ବ୍ଳକ ସ୍ତରୀୟ ଯୋଗ ଦିବସ ପାଳନ କରାଯାଉଥିବା ବ୍ଳକ ପ୍ରଶାସନ ତରଫରୁ ସମସ୍ତ ଲୋକପ୍ରତିନିଧୂ ମାନଙ୍କୁ ଚିଠି କରାଯାଇଥିବା ବେଳେ କେବଳ ଗଣିଆ ସରପଞ୍ଚ, ସମିତି ସଭ୍ୟ ଏବଂ ସାଂସଦଙ୍କ ପ୍ରତିନିଧିଙ୍କ ବ୍ୟତୀତ ଅନ୍ଯ କୌଣସି ଲୋକପ୍ରତିନିଧୂ ତଥା ବ୍ଳକ ପ୍ରଶାସନିକ ଅଧିକାରୀ ଏଥିରେ ଯୋଗ ନଦେଇଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ନୟାଗଡରୁ ବିଜୟ କୁମାର ସେଠୀ