
ଗଣିଆ:(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ପରମପୂଜ୍ୟ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୭ ତମ ସ୍ମୃତି ଦିବସ ଅବସରରେ ଗଣିଆ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠ ପରିସରରେ ରବିବାର ଦିନ ପୂର୍ବାହ୍ନ ସମୟରେ “ବକୃତା ପ୍ରତିଯୋଗିତା” ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଗଣିଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ରବୀନ୍ଦ୍ର ନାଥ ରାଉତରାୟ ଯୋଗଦେଇଥିବା ବେଳେ ସମ୍ମାନୀତ ଭାବେ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠ ଗଣିଆର ପ୍ରଧାନ ଶିକ୍ଷୟତ୍ରୀ ନିହାର ବାଳା ରାଉତ, ଆଞ୍ଚଳିକ ସାମ୍ୱାଦିକ ସଂଘ ସଭାପତି ଅଖିଳ ବିହରୀ ପାଣିଗ୍ରାହୀ ଯୋଗଦାନ କରିଥିଲେ । ଏହି ବକୃତା ପ୍ରତିଯୋଗିତାର ବିଚାରକ ମଣ୍ଡଳୀ ରୂପେ ଡ଼. ରାମ ଚନ୍ଦ୍ର ସାମନ୍ତରାୟ ମହାବିଦ୍ୟାଳୟର ଅଧ୍ୟାପକ ଜିତେନ୍ କୁମାର ପାଣିଗ୍ରାହୀ ଓ ଶ୍ରୀ ଶ୍ରୀ ରଘୁନାଥ ଜୀଉ ଡ଼ିଗ୍ରୀ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଭଗବାନ ପୃଷ୍ଟି ଯୋଗଦାନ କରି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ପ୍ରତିଯୋଗୀଙ୍କ ବକୃତାର ମାନ ନିର୍ଧାରଣ କରିଥଲେ । ସର୍ବ ପ୍ରଥମେ ସମସ୍ତ ଅତିଥି ମାନଙ୍କ ଦ୍ବାରା ମହାପ୍ରଭୂ ଜଗନ୍ନାଥ ଓ ପରମ ପୂଜ୍ୟ ଗୋପବନ୍ଧୁ ଦାସଙ୍କ ଫୋଟୋଚିତ୍ରରେ ପୁଷ୍ପମାଲ୍ୟ ଓ ଦୀପଦାନ କରାଯାଇଥିଲା । ତତ୍ ସହିତ ସମାଜ ଖବର କାଗଜର ସଂପାଦକ ତଥା ଲୋକ ସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ , ସମାଜସେବୀ,ଶିକ୍ଷାବିତ୍ ନିରଞ୍ଜନ ରଥଙ୍କ ଅମର ଆତ୍ମାର ସତ୍ ଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା । ଗଣିଆ ବ୍ଲକର ଆଠଗୋଟି ଉଚ୍ଚ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଆଠ ଜଣ ଛାତ୍ରଛାତ୍ରୀ ପ୍ରତିଯୋଗିତାରେ ଯୋଗଦାନ ଦେଇଥିଲେ । ଛାତ୍ରଛାତ୍ରୀ ମାନେ ଗୋପବନ୍ଧୁଙ୍କ ସ୍ୱପ୍ନର ଓଡ଼ିଶା ବିଷୟ ବସ୍ତୁ ଉପରେ ଆଧାରିତ ପ୍ରସଙ୍ଗ ନେଇ ବକୃତା ପ୍ରଦାନ କରିଥଲେ । ସେମାନଙ୍କ ମଧ୍ୟରୁ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠର ଛାତ୍ର ସୁକାନ୍ତ ଜେନା ପ୍ରଥମ ସ୍ଥାନ, ପଦ୍ମନାଭ ଉଚ୍ଚ ବିଦ୍ୟାଳୟ ଆଡକଟାର ଛାତ୍ରୀ ପ୍ରତୀକ୍ଷା ପ୍ରିୟଦର୍ଶିନୀ ଦ୍ଵିତୀୟ ସ୍ଥାନ ଏବଂ ମାଳତିପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ବିବେକାନନ୍ଦ ମହାଖୁଡ ତୃତୀୟ ସ୍ଥାନ ଅଧିକାର କରିଥିଲେ । କୃତି ପ୍ରତିଯୋଗୀ ମାନଙ୍କୁ ସଂଗଠନ ତରଫରୁ ମାନପତ୍ର, ଅର୍ଥରାଶି ଓ ଟ୍ରଫି ପ୍ରଦାନ କରାଯାଇଥିଲା । ସମାଜ ପ୍ରତିନିଧି ବ୍ରଜବନ୍ଧୁ ଦେହୁରୀ ସଭା ପରିଚାଳନା କରିଥିଲେ । ନୟାଗଡରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ।