
ଖଣ୍ଡପଡ଼ା (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଖଣ୍ଡପଡ଼ା ସହରର ଘରେଘରେ ପାଇପଲାଇନ ଯୋଗେ ବିଶୁଦ୍ଧ ପାନୀୟଜଳ ଉପଲବ୍ଧ ହେବା ସହ ପାନୀୟଜଳର ଅଯଥା ଅପଚୟ ରୋକିବା, ଉପଭୋକ୍ତାମାନେ ନିୟମିତ ଭାବେ ପାନୀୟ ଜଳ ବିଲ ପୈଠ କରିବା ସଂର୍ପକରେ ସଚେତନତା ସୃଷ୍ଟିର ମହତ ଲକ୍ଷ୍ଯ ନେଇ ଜନସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସୁଜଳ ରଥ ଖଣ୍ଡପଡ଼ା ସହର ପରିକ୍ରମା ଆରମ୍ଭ କରିଥିବା ଜଣାଯାଇଛି।ଖଣ୍ଡପଡ଼ା ଜନସ୍ୱାସ୍ଥ୍ୟ ବିଭାଗ ସହକାରୀ ନିର୍ବାହୀଯନ୍ତ୍ରୀ ଇଂ ତ୍ରିଲୋଚନ ବେହେରା ବିଭାଗୀୟ କାର୍ଯ୍ଯାଳୟ ପରିସରରେ ଶନିବାର ସୁଜଳ ରଥ ପରିକ୍ରମାର ଶୁଭାରମ୍ଭ କରିବା ଅବସରରେ ସମସ୍ତ କର୍ମଚାରୀ ଉପସ୍ଥିତ ରହି ରଥକୁ ସ୍ବାଗତ କରିଥିଲେ।ପର୍ଯ୍ୟାୟକ୍ରମେ ଖଣ୍ଡପଡ଼ା ସହରର ୧୩ଟି ଯାକ ଓ୍ବାର୍ଡ ସୁଜଳ ରଥ ପରିକ୍ରମା କରି ସହରାଞ୍ଚଳବାସୀଙ୍କୁ ସଚେତନ କରିବ ବୋଲି ବିଭାଗୀୟ କାର୍ଯ୍ଯାଳୟ ସୁତ୍ରରୁ ଜଣାପଡିଛି।ସୂଚନାଯୋଗ୍ଯ ଖଣ୍ଡପଡ଼ା ସହରର ସର୍ବମୋଟ ୨୬୨୨ ଗୋଟି ଗୃହକୁ ପାଇପ ଲାଇନ ଯୋଗେ ପାନୀୟଜଳ ଯୋଗାଇ ଦିଆଯିବାର ବ୍ଯବସ୍ଥା କରାଯାଇଥିବା ଜନସ୍ୱାସ୍ଥ୍ୟ ବିଭାଗ ସହକାରୀ ନିର୍ବାହୀଯନ୍ତ୍ରୀ ଶ୍ରୀ ବେହେରାଙ୍କ ଠାରୁ ପ୍ରକାଶ।
ନୟାଗଡ଼ରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ