 
        ଧର୍ମଗଡ଼ (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଧର୍ମଗଡ଼ ସହର ନିକଟସ୍ଥ ବୋଡ଼େନ ଗାଁର ଇନ୍ଦ୍ରାବତୀ କେନାଲରୁ ଏକ ବିରାଟ ଅଜଗରକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଧର୍ମଗଡ଼ ସ୍ନେକ ହେଲ୍ପଲାଇନର ସଦସ୍ୟ ସ୍ୱାଧୀନ ଦଣ୍ଡସେନାଙ୍କୁ ଖବର ମିଳିଥିଲା ଯେ ଏକ ବିଶାଳ ଅଜଗର କେନାଲର ସୁଇଜ ଗେଟରେ ଫସି ରହିଛି। ଖବର ପାଇବା ପରେ ସ୍ୱାଧୀନ ଓ ତାଙ୍କ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅଜଗରଟିକୁ କେନାଲରୁ ସତର୍କତାର ସହ ଉଦ୍ଧାର କରିଥିଲେ। ଉଦ୍ଧାର ସମୟରେ ଅଜଗରଟିକୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରବଳ ଭିଡ଼ ଜମିଥିଲା। ଉଦ୍ଧାର ପରେ ଅଜଗରଟିକୁ ଚିକିତ୍ସା ପାଇଁ ଧର୍ମଗଡ଼ ମେଡିକାଲରେ ନିଆଯାଇଥିଲା। ଚିକିତ୍ସା ପରେ ସ୍ୱାଧୀନ ଦଣ୍ଡସେନା ଓ ତାଙ୍କ ଦଳ ସାପଟିକୁ ଗୋତମୁଣ୍ଡା ସାହାଜ ଖୋଲା ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡ଼ିଥିବା ସ୍ନେକ ହେଲ୍ପଲାଇନ ସୂଚନା ଦେଇଛି। ଏହି ଉଦ୍ଧାର କାର୍ଯ୍ୟ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସ୍ନେକ ହେଲ୍ପଲାଇନର କାର୍ଯ୍ୟକୁ ପ୍ରଶଂସା କରାଯାଇଛି।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ


 
         
        