ଖଣ୍ଡପଡ଼ା (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଖଣ୍ଡପଡ଼ା ବ୍ଲକ ଅଧିନ କୁମ୍ଭାରପଡା ରାମଚନ୍ଦ୍ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୭ମ ଶ୍ରେଣୀର ଛାତ୍ରୀ ସୁଶ୍ରୀ ସୌଦାମିନୀ ଦାସ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମର କୁଇଜ୍ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲାସ୍ତରୀୟ ସୁରଭି କାର୍ଯ୍ୟକ୍ରମକୁ ମନୋନୀତ ହୋଇଥିବା ଜଣାଯାଇଛି।ଛାତ୍ରୀଙ୍କ ଏହି ସଫଳତାକୁ ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଅଞ୍ଚଳବାସୀଙ୍କ ମଧ୍ଯରେ ଆନନ୍ଦ ପ୍ରକାଶ ପାଇଛି। କୁଇଜ ପ୍ରତିଯୋଗିତାରେ ସଫଳତା ହାସଲ କରି ଛାତ୍ରୀ ସୌଦାମିନୀ ଛାତ୍ରଛାତ୍ରୀମାନଙ୍କ ପାଇଁ ଏବେ ପ୍ରେରଣାର ଉତ୍ସ ପାଲଟିଥିବା ଜଣାପଡିଛି।
ନୟାଗଡ଼ରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ

