ଧର୍ମଗଡ଼ (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ଗଣ୍ଡାମେର ଗ୍ରାମରେ ଦୀର୍ଘ ଦଶ ବର୍ଷର ସଂଘର୍ଷ ଓ ଦାବି ପରେ ପ୍ରାଥମିକ ବିଦ୍ୟାଳୟକୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଉନ୍ନୀତ କରାଯାଇଛି। ୨୦୨୩ ମାର୍ଚ୍ଚ ୨୭ରୁ ଗ୍ରାମବାସୀମାନେ ବିଦ୍ୟାଳୟକୁ ତାଲାବନ୍ଦ କରି ଆନ୍ଦୋଳନ କରିଥିଲେ, ଯାହା ୯ ମାସ ପରେ ସ୍ଵାଭାବିକ ହୋଇଥିଲା। ପୂର୍ବତନ ବିଜେଡି ସରକାର ସମୟରେ ଏହି ଦାବି ପୂରଣ ହୋଇପାରି ନଥିଲା। ତେବେ, ଚଳିତ ବର୍ଷ ଅଗଷ୍ଟ ୧୮ରେ ବିଜେପି ସରକାର ବିଜ୍ଞପ୍ତି ଜାରି କରି ବିଦ୍ୟାଳୟକୁ ଉଚ୍ଚ ପ୍ରାଥମିକ ସ୍ତରକୁ ଉନ୍ନୀତ କରିବା ପାଇଁ ନିଷ୍ପତ୍ତି ନେଇଥିଲେ, ଯାହା ଗ୍ରାମବାସୀଙ୍କ ଦୀର୍ଘଦିନର ସ୍ଵପ୍ନକୁ ସଫଳ କରିଛି।ଏହି ଅବସରରେ ଗଣ୍ଡାମେର କେନ୍ଦ୍ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶୁଭ ଉଦ୍ଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଘ୍ନରାଜ ରାଉତଙ୍କ ସଭାପତିତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ସୁଧିର ରଞ୍ଜନ ପଟ୍ଟଯୋଶୀ, ସମ୍ମାନିତ ଅତିଥି ଭାବେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଜୁନାଗଡ଼ ବିଧାୟକ ପ୍ରାର୍ଥୀ ମନୋଜ କୁମାର ମେହେର, ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଏବଂ ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଜେଶ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଉତ୍ସବ ଗ୍ରାମବାସୀଙ୍କ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ଭାବେ ପାଳିତ ହୋଇଛି।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ

