ଖଣ୍ଡପଡ଼ା (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଖଣ୍ଡପଡ଼ା ବ୍ଲକ ଅଧିନ କୁମ୍ଭାରପଡ଼ା ରାମଚନ୍ଦ୍ର ଉଚ୍ଚ ପ୍ରାଥମିକ ମଧ୍ଯ ଇଂରାଜୀ ବିଦ୍ୟାଳୟରେ ଗୁରୁବାର ଛାତ୍ରଛାତ୍ରୀମାନଙ୍କୁ ନୂତନ ପୋଷାକ ବିତରଣ କରାଯାଇଛି। ପ୍ରଧାନଶିକ୍ଷକ ରତ୍ନାକର କହଁରଙ୍କ ତତ୍ତ୍ଵାବଧାନରେ ଆୟୋଜିତ ପୋଷାକ ବିତରଣ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ଯକ୍ଷା ଆରତୀ ନାୟକ, ସମସ୍ତ ସଭ୍ୟ,ସଭ୍ୟାଙ୍କ ସମେତ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଉପସ୍ଥିତ ଥିଲେ। ବିଦ୍ୟାଳୟରେ ଅଧ୍ୟୟନରତ ୨୧୨ ଜଣ ଛାତ୍ରଛାତ୍ରୀଙ୍କୁ ପୋଷାକ ବଂଟନ କରାଯାଇଥିଲା ।
ନୟାଗଡରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ

