ଖଣ୍ଡପଡ଼ା (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଖଣ୍ଡପଡ଼ା ସହରର ୧୩ ନଂ ଓ୍ବାର୍ଡ ସ୍ଥିତ ସାମନ୍ତ ଚନ୍ଦ୍ରଶେଖର ଶିକ୍ଷାକେନ୍ଦ୍ରରେ ଶିକ୍ଷା ପରିଷଦ ଓଡିଶା ଆନୁକୂଲ୍ୟରେ ପିଲାଙ୍କ ବିଜ୍ଞାନ ମେଳା ଶନିବାର ଅନୁଷ୍ଠିତ ହୋଇଯାଇଛି।୩ୟ ରୁ ୧୦ମ ଶ୍ରେଣୀରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ପ୍ରସ୍ତୁତ ୫୭ ଟି ପ୍ରକଳ୍ପ ବିଜ୍ଞାନ ମେଳାରେ ସ୍ଥାନ ପାଇଥିଲା ବେଳେ ତନ୍ମଧରୁ ୧୫ ଟି ପ୍ରକଳ୍ପ ଆସନ୍ତା ନଭେମ୍ବର ୮ ତାରିଖରେ ସୁଦୁର ଘୂ .ଉଦୟଗିରି ଠାରେ ଆୟୋଜିତ ରାଜ୍ୟସ୍ତରୀୟ ବିଜ୍ଞାନ ମେଳାକୁ ମନୋନୀତ ହୋଇଥିବା ଜଣାଯାଇଛି। ଖଣ୍ଡପଡ଼ା ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ପ୍ରତାପ ଚନ୍ଦ୍ର ବେହେରା ଓ ଶିବପ୍ରସାଦ ଦାଶ ନୀରିକ୍ଷକ ଭାବେ ଯୋଗ ଦେଇଥିଲେ।ବିଚାରକମଣ୍ଡଳୀଙ୍କ ଦ୍ଵାରା ଶ୍ରେଷ୍ଠ ବିବେଚିତ ବିଜ୍ଞାନ ପ୍ରକଳ୍ପ ଗୁଡିକୁ ପୁରସ୍କୃତ କରାଯାଇଥିଲା।ଏ ଅବସରରେ ଅନୁଷ୍ଠାନର ସଭାପତି ତଥା ଅବସରପ୍ରାପ୍ତ କଳାଶିକ୍ଷକ ଲଡୁକିଶୋର ସିଂହସାମନ୍ତଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ଯକ୍ରମରେ ଅନୁଷ୍ଠାନର ପ୍ରଧାନଶିକ୍ଷକ ବିଷ୍ଣୁପ୍ରସାଦ ରଥ ବିଜ୍ଞାନ ମେଳା ଆୟୋଜନର ମୁଖ୍ଯ ଲକ୍ଷ୍ଯ ସଂର୍ପକରେ ଆଲୋକପାତ କରିଥିଲେ।ବିଜ୍ଞାନ ମେଳାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା।କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀମାନେ ସହଯୋଗ କରିଥିଲେ।
ନୟାଗଡ଼ରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ

