ଧର୍ମଗଡ଼ (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବୋଡେ଼ନ ଧାନ ମଣ୍ଡି ଠାରେ ଧର୍ମଗଡ଼ ବ୍ଲକ ସ୍ତରୀୟ ଆଧ୍ୟାତ୍ମିକ ସାଙ୍ଗଠନିକ ସଭା ଅନୁଷ୍ଠିତ ହୋଇଯାଇଛି, ପ୍ରଥମେ ଯୋଗେଶ୍ୱର ଶ୍ରୀକୃଷ୍ଣ ଙ୍କ ନିକଟରେ ପୂଜାର୍ଚନା ପୂଜକ ସାନୁର୍ଯ୍ୟ ଚଲାନ ଙ୍କ ଦ୍ୱାରା ସମ୍ପାଦିତ ହୋଇଥିଲା, ସନ୍ଧି କୂଳେର ଆଞ୍ଚଳିକ ସଭାପତି ନରୋତ୍ତମ ବାଗ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ, କାର୍ଯ୍ୟକ୍ରମ ରେ ପୂର୍ବତନ ଜିଲ୍ଲା ଯାଦବ ସଭାପତି ଟିକଚନ ନାଗ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟଅତିଥି ଭାବେ ଧର୍ମଗଡ଼ ବ୍ଲକ ଯାଦବ ସଭାପତି ଶଙ୍କର ପ୍ରସାଦ ଯୁଆଡ ଉପସ୍ଥିତ ହୋଇଥିଲେ, ମୁଖ୍ୟ ବକ୍ତା ଭାବେ ଆଇନଜୀବି ଜହର ଲାଲ ବାଗ,ସମ୍ମାନିତ ଅତିଥିଭାବେ ତୁଳସୀ ରାମ ବାରିକ, ତେଣ୍ଡାପାଲି ସରପଞ୍ଚ ଗୌଲୋଚନ ଗୋପାଳ, ଶୋଭାବନ ଭାଟି, ଅଧ୍ୟାପକ ମାଧବ ଲହଜଳ, ଏନ ଏ ସି ସଭାପତି ଅନିରୁଦ୍ଧ ଲହଜଳ,ଧର୍ମଗଡ଼ ଉପଖଣ୍ଡ ଆଧ୍ୟାତ୍ମିକ ସଭାପତି ଭବାନୀ ଶଙ୍କର ଖଡ଼ିକାର, ସମ୍ପାଦକ ଦିଲେଶ୍ଵର ନାଗ,କୋଷାଧକ୍ଷ ଉପେନ୍ଦ୍ର ବାଗ, ଯଂଜ୍ଞ ଦତ୍ତ ଲହଜଳ,ମଦନ ବେମାଲ, ଜଗଦିଶ ନାଗ, ଜଗବନ୍ଧୁ ନିଏଲ, ହୀରାଲାଲ ହଂସ ମଂଚାସୀନ ହୋଇଥିଲେ, ସମାଜରେ ଥିବା କୁସଂସ୍କାର, ଅନ୍ଧବିଶ୍ୱାସ, ନିଶାନିବାରଣ, କୁଶିକ୍ଷା ଦୁରକରି ଏକ ସୁସ୍ଥ ସମାଜ ଗଠନ ଓ ଆଧ୍ୟାତ୍ମିକ ଚେତନା ପାଇଁ ଗାଁ ଗାଁ ବୁଲି ପ୍ରଚାର ପ୍ରସାର କରିବାପାଇଁ ଅତିଥି ମାନେ ମତବ୍ୟକ୍ତ କରିଥିଲେ, ସଂଘଠନ କୁ ବ୍ୟାପକ କରିବାପାଇଁ ଧର୍ମଗଡ଼ ବ୍ଲକ ସ୍ତରୀୟ ଆଧ୍ୟାତ୍ମିକ ସଂଘଠନ ଗଠିତ ହୋଇଯାଇଛି ସଭାପତି ଭାବେ ନିରାକାର ଗୋପାଳ, ସମ୍ପାଦକ ନରୋତ୍ତମ ବାଗ, ଉପସଭାପତି ଯଂଜ୍ଞ ଦତ୍ତ ଲହଜଳ, ଜଗଦିଶ ନାଗ, କଂସ ଭଇସାଲ ସହସମ୍ପାଦକ ,ଅରକ୍ଷିତ ନାଗ, ଘାସିରାମ ଖରସେଲ, ରାଜେନ୍ଦ୍ର ଗୋପାଳ ଙ୍କୁ ମନୋନୀତ କରାଯାଇଛି,ମହିଳା କମିଟି ରେ ସଭାନେତ୍ରୀ ଭାବରେ ପୁଷ୍ପା ଞ୍ଜଳୀ ଗୋପାଳ, ସମ୍ପାଦିକା ସୁମିତ୍ରା ନାଗ, ଉପ ସଭାନେତ୍ରୀ ମିଳି ଗୋପାଳ, ସହ ସମ୍ପାଦିକା କୁସୁମ ମଞ୍ଜରୀ ଗୋପାଳ,ଜ୍ୟୋସ୍ନା ଗୋପାଳ,ଯଶୋବନ୍ତି ହାତୀ,ଭାଗ୍ୟ ହଂସ ମନୋନୀତ ହୋଇଛନ୍ତି କାର୍ଯ୍ୟକ୍ରମ କୁ ଧର୍ମଗଡ଼ ବ୍ଲକ ର ବିଭିନ୍ନ ଅଂଚଳରୁ ଆସିଥବା କର୍ମକର୍ତ୍ତା ସହଯୋଗ କରିଥିଲେ, କାର୍ଯ୍ୟକ୍ରମ କୁ ନିରାକାର ଗୋପାଳ ପରିଚାଳନା କରିଥିବା ବେଳେ ଡିଲେ ଶ୍ୱର ନାଗ ଧନ୍ୟବାଦ ଅର୍ପଣ କରିଥିଲେ l
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ

