ଧର୍ମଗଡ଼ (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ମଙ୍ଗଳବାର ଦିନ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଳକ ପର୍ଳା ଧାନ ମଣ୍ଡି ଠାରେ ଦଣ୍ଡପାଟ ଆଞ୍ଚଳିକ ପଣ୍ଡରାମାଲୀ ସମାଜ ତରଫରୁ ଏକ ସାଧାରଣ ସଭା ଅନୁଷ୍ଠିତ ହୋଈଯାଇଛି। ପ୍ରଥମେ ଇଷ୍ଟଦେବତା ଈଶ୍ବର ପାର୍ବତୀ ଏବଂ ଶିକ୍ଷାର ଜନକ ଜ୍ୟୋତିବା ଫୁଲେ ଓ ସାବିତ୍ରୀ ବାଇ ଫୁଲେ ଙ୍କ ଫଟୋଚିତ୍ର ରେ ପୁଜା ଅର୍ଚ୍ଚନା କରାଯାଇଥିଲା କଦଲୀମୁଣ୍ଡା ଗ୍ରାମ ଗହଟିଆ ଚିତେଶ୍ବର ବୋଡକିଆ ଙ୍କ ସଭାପତିତ୍ବ ଅନୁଷ୍ଠିତ ଏହି ସଭାରେ ସଭାପତି ଅମିନ ରଣା ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ପଣ୍ଡରାମାଲୀ ସେବା ସଂଘ ର ସଭାପତି ଶ୍ରି ଈଶ୍ୱର ପୁଝାରୀ, ମୁଖ୍ୟବକ୍ତା ଆଇନ ପରାମର୍ଶଦାତା ଶ୍ରୀ ଦୁର୍ଗା ପ୍ରସାଦ ନାଏକ,କୂଲପତି ଶ୍ରୀ ପ୍ରକାଶ ଚନ୍ଦ୍ର ନାଏକ, ସଂପାଦକ ବିଷ୍ଣୁ ପ୍ରସାଦ ବୋଡେକ,ଯୁବ ବାହିନୀ ସଭାପତି ଶ୍ରୀ ଭବାନୀ ଶଙ୍କର ବଣିଆ, ବରିଷ୍ଠ ସମାଜ ସେବି ରାଜେନ୍ଦ୍ର ଭୋଈ, ରତନ ନାଏକ, ଧର୍ମଗଡ଼ ନଗର ଯୁବ ବାହିନୀ ସଭାପତି ସ୍ୟୋମ୍ୟ ରଞ୍ଜନ ନାଏକ ,ଶ୍ରୀକାନ୍ତ ନାଏକ,ବୁଦ୍ଧିରାମ ବୋଡକିଆ , କଦଲୀମୁଣ୍ଡା ସରପଞ୍ଚ ଶ୍ରି ମତୀ ଘନକେଶୀ ବୋଡକିଆ, ସମିତି ସଭ୍ୟାଜୟମଣି ବୋଡକିଆ, ପ୍ରସାଦ ନାଏକ, ଝସକେତନ ପାରି, କ୍ଷିତି ରାମ ନାଏକ ସମ୍ମାନିତ ଅତିଥି ଭାବରେ ମଞ୍ଚାସିନ ହୋଈଥିଲେ। ଅତିଥି ମାନେ ସମାଜରସବୁ କ୍ଷେତ୍ରରେ ବିକାଶ ଯେପରି ଶିକ୍ଷା, ସ୍ବାସ୍ଥ୍ୟ,ସାମାଜିକ ଚଲଣି ରେ ଥିବା କୁସଂସ୍କାର,ନାରୀ ଶିକ୍ଷା ଉପରେ ଗୁରୁତ୍ବଦେଈ ଏକ ବିକଶିତ ସମାଜ ଗଠନ ପାଇଁ ପରାମର୍ଶ ଦେବା ସହ ଏକ ସଂଗଠିତ ସମାଜ ଗଠନ ପାଇଁ ଅଭିଭାଷଣ ପ୍ରଦାନ କରିଥିଲେ। ପଣ୍ଡରା ମାଳି ସମାଜର ଯୁବକ ଶ୍ରୀ ଘନଶ୍ୟାମ ମଶରା ଯିଏକି 35 ଥର ରକ୍ତଦାନ କରି ନିରୀହ ବ୍ୟକ୍ତି ମାନଙ୍କ ଜୀବନ ରକ୍ଷା କରିଥିବାରୁ ତାଙ୍କୁ ସମାଜ ପକ୍ଷ ରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଭାକୁ ସେତୁ ରାମ ଭକ୍ତ ପରିଚାଳନା କରିଥିବା ବେଲେ ଶ୍ରୀ ସୁମନ୍ତ ବଣିଆ ସ୍ବାଗତ ସମ୍ଭାଷଣ ପ୍ରଦାନ କରିଥିଲେ । ସଭାର ଦିତୀୟାର୍ଦ୍ଧ ରେ ସଭାପତି ଈଶ୍ୱର ପୁଝାରୀ ଙ୍କ ଦ୍ଵାରା ଦଣ୍ଡପାଟ୍ଟ ଆଞ୍ଚଳିକ ପଣ୍ଡରାମାଲୀ ସମାଜ ର ନୁତନ କର୍ମକର୍ତ୍ତା ଘୋଷଣା କରାଯାଇଥିଲା ।ଏଥିରେ ଦଣ୍ଡପାଟ ଆଞ୍ଚଳିକ ପଣ୍ଡରାମାଲୀ ସମାଜର ସଭାପତି ଭାବରେ ସେତୁ ରାମ ଭକ୍ତ, ଉପସଭାପତି ଭବାନୀ ଶଙ୍କର ଭୋଇ,ପଦ୍ମବନ ବିଶି,କୁଶଧ୍ବଜ ନାଏକ, ସଂପାଦକ ଓ ସହ ସମ୍ପାଦକ ଭାବେ ପରମାନନ୍ଦ ନାଏକ, ସୁବାଷ ବୋଡକିଆ, ଲକ୍ଷ୍ମଣ ମଶ୍ରା,ଐରାବତ ନାଏକ, ଦୁର୍ଯୋଧନ ଲିମଗୋଛିଆ ଓ କୋଷାଧ୍ୟକ୍ଷ ଭାବରେ କବିରାମ ଲିମଗୋଛିଆ ସର୍ବସମ୍ମତି କ୍ରମେ ମନୋନୀତ ହୋଈଥିଲେ। ଶେଷରେ ସଂପାଦକ ସୁବାଷ ବୋଡକିଆ ନିମନ୍ତ୍ରିତ ଅତିଥି ମାନଙ୍କୁ ଧନ୍ୟବାଦ ଦେଈ ସଭାସାଙ୍ଗ କରିଥିଲେ।ଅନ୍ୟମାନଙ୍କ ମଧ୍ୟ ରେ ମଲୟ ଲିମଗୋଛିଆ, ଜଗତ ରାମ ଲିମଗୋଛିଆ,ଅଜିତ ବୋଡକିଆ, ପୁର୍ଣ୍ଣଚନ୍ଦ୍ର ବୋଡକିଆ ସଭା କାର୍ଯ୍ୟରେ ସହଯୋଗ କରିଥିଲେ।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ

