ଦଶପଲ୍ଲା (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ବାମସେଫ୍ର ସହ ସହଯୋଗୀ ସଙ୍ଗଠକ ଭାରତ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଦଶପଲ୍ଲା ବ୍ଲକ କୁଆଁରୀଆ ସେତୁ ପରିସରରେ ରେ ମଙ୍ଗଳବାର ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଙ୍ଗଠନର ଲକ୍ଷ୍ୟ, ଉଦ୍ଦେଶ୍ୟ, ଆଭିମୁଖ୍ୟ, କାର୍ଯ୍ୟଶୈଳୀ, ଶିକ୍ଷା,ବେରୋଜଗାର ଓ ସାମ୍ବିଧାନିକ ହକ ଅଧିକାର ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା । ପ୍ରାରମ୍ଭରେ ଫୁଲେ ଦମ୍ପତି ଓ ବାବା ସାହେବଙ୍କ ଫଟୋ ଚିତ୍ରରେ ଅତିଥିମାନଙ୍କ ଦ୍ବାରା ପୁଷ୍ପମାଲ୍ୟ ଓ ପ୍ରଦୀପ ପ୍ରଜ୍ଜ୍ଵଳନ କରାଯାଇଥିଲା। ପ୍ରଶିକ୍ଷକ ଭାବେ ବାମସେଫ୍ ସଂଗଠନ ର ରାଜ୍ୟ ପ୍ରଭାରୀ ରାଜୁ କେଦାର ଯୋଗଦେଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଷ୍ଟ୍ରୀୟ ପଛୁଆବର୍ଗ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରୀ ସଭାନେତ୍ରୀ କବିତା ସାହୁ, ଭାରତ ମୁକ୍ତି ମୋର୍ଚ୍ଚାର ରାଜ୍ୟ ପ୍ରଭାରୀ ମାଧବ ସୁନାନୀ, ଆର ଏମ ବି କେ ଏସ ର ରାଜ୍ୟ ସଭାପତି ଡମ୍ବରୁଧର ମାଝୀ,ପଲ୍ଲୀକବି ପ୍ରଭାତ କୁମାର ଖୁଣ୍ଟିଆ,ଭାରତ ମୁକ୍ତି ମୋର୍ଚ୍ଚା ସଂଗଠନ ର ରାଜ୍ୟ କାର୍ଯ୍ୟକାରୀ ସଭାପତି ଜଗଦୀଶ ନାୟକ, ସର୍ବଭାରତୀୟ ସିଡ୍ୟୁଲକାଷ୍ଟ ଫେଡେରେଶନର ଦଶପଲ୍ଲା ବ୍ଲକ ସଂଯୋଜକ ପବିତ୍ର କୁମାର ନାୟକ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ରଘୁନାଥ ନାୟକ ସଂଯୋଜନା କରିଥିବା ବେଳେ ବାବା ସାହେବ ଚାରିଟେବୁଲ ଟ୍ରଷ୍ଟ ପ୍ରତିଷ୍ଠାତା ବିଜୟ କୁମାର ସେଠୀ ଧନ୍ୟବାଦ ଦେଇଥିଲେ । ଏଥିରେ ୫୦ରୁ ଉର୍ଦ୍ଧ ବହୁଜନ ସମାଜର କର୍ମକର୍ତ୍ତା ଯୋଗ ଦେଇଥିଲେ।
