ଖଣ୍ଡପଡ଼ା (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଖଣ୍ଡପଡ଼ା ବ୍ଲକ କୁମ୍ଭାରପଡ଼ା ଉଚ୍ଚ ବିଦ୍ୟାଳୟ ୧୯୯୧ ମାଟ୍ରିକ ବ୍ୟାଚ ସହପାଠୀମାନଙ୍କ ଏକ ବନ୍ଧୁ ମିଳନ ଉତ୍ସବ ରବିବାର ସ୍ଥାନୀୟ ମା ପୂର୍ଣ୍ଣବାସୀ ପୀଠ ପାଦଦେଶରେ ଅନୁଷ୍ଠିତ ହୋଇଯାଇଛି। ପୁରାତନ ସହପାଠୀ ପ୍ରଶାନ୍ତ କୁମାର ପ୍ରଧାନ ଏବଂ ରଂଜିତ କୁମାର ପଣ୍ଡା ଙ୍କ ପ୍ରୟାସ କ୍ରମେ ଆୟୋଜିତ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ୫୦ରୁ ଉର୍ଦ୍ଧ ପୁରାତନ ସହପାଠୀ ଏକାଠି ହୋଇ ବିଗତଦିନର ସ୍ମୃତିକୁ ମନେ ପକାଇ ପରସ୍ପର ମଧ୍ୟରେ ମତ ବିନିମୟ କରିଥିଲେ । ଏହାଛଡା ସୁସ୍ଥ ଜୀବନ ଅତିବାହିତ କରିବା ସହ ଗାଁ ମାଟିର ବିକାଶମୂଳକ କାର୍ଯ୍ୟରେ ପ୍ରୟାସ ଜାରି ରଖୁବାକୁ ସହପାଠୀମାନେ ସଂକଳ୍ପ କରିଥିଲେ। ପ୍ରାରମ୍ଭରେ ଦିବଂଗତ ସହପାଠି ଏବଂ ଶିକ୍ଷକ ଙ୍କ ଉଦ୍ଦେଶ୍ୟରେ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। କାର୍ଯ୍ୟକ୍ରମର ସଫଳତା ନେଇ ଆୟୋଜକ ଙ୍କୁ ସହପାଠୀମାନେ ଧନ୍ୟବାଦ ଜଣାଇଥିଲେ।
