ନୂଆଗାଁରେ ଗାନ୍ଧୀ ଜୟନ୍ତୀ ପାଳିତ

କଲମପୁର (ସତ୍ୟଯୁଗ ମେଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) କଲମପୁର ଅନ୍ତର୍ଗତ ନୂଆଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଉତ୍ସବ ଭବ୍ୟ ଭାବରେ ପାଳିତ ହୋଇଛି। ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଓ ସ୍ଥାନୀୟ ବାସିନ୍ଦାମାନେ ଏକାଠି ହୋଇ ବାପୁଙ୍କ ଆଦର୍ଶ, ସତ୍ୟ, ଅହିଂସା ଓ ସ୍ୱାଧୀନତା ସଂଗ୍ରାମର ବାର୍ତ୍ତାକୁ ସ୍ମରଣ କରିଛନ୍ତି। ଉତ୍ସବରେ ପ୍ରକାଶ ଚନ୍ଦ୍ର ବେହେରା, ପ୍ରେମାନନ୍ଦ କୈବର୍ତ୍ତ, ଗୁମାନୀ ଦୁର୍ଗା ଓ ପଦ୍ମକିଶୋର ନାଏକ ଉପସ୍ଥିତ ଥିଲେ। ସେମାନେ ଗାନ୍ଧୀଙ୍କ ଜୀବନ ଓ କାର୍ଯ୍ୟକଳାପ ଉପରେ ଆଲୋଚନା କରି ତାଙ୍କର ଆଦର୍ଶକୁ ଜୀବନରେ ଗ୍ରହଣ କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି।ଏହି ଅବସରରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଫୁଲ ମାଳା ଅର୍ପଣ, ପ୍ରାର୍ଥନା ଓ ସତ୍ୟାଗ୍ରହର ବାର୍ତ୍ତା ଉପରେ ଆଧାରିତ ଆଲୋଚନା କରାଯାଇଥିଲା। ଉପସ୍ଥିତ ବ୍ୟକ୍ତିବିଶେଷମାନେ କହିଛନ୍ତି ଯେ, ଗାନ୍ଧୀଙ୍କ ସିଦ୍ଧାନ୍ତ ଆଜି ମଧ୍ୟ ସମାଜ ଓ ଶିକ୍ଷା କ୍ଷେତ୍ର ପାଇଁ ପ୍ରାସଙ୍ଗିକ ଏବଂ ଏହାକୁ ଜୀବନରେ ଲାଗୁ କରିବା ଆବଶ୍ୟକ।ନୂଆଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପାଳିତ ଏହି ଗାନ୍ଧୀ ଜୟନ୍ତୀ ଉତ୍ସବ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଶପ୍ରେମ ଓ ଏକତାର ଭାବ ଜାଗ୍ରତ କରିଛି।

Leave a Reply

Your email address will not be published. Required fields are marked *

error: Content is protected !!