କଳାହାଣ୍ଡି (ସତ୍ୟଯୁଗ ମେଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ମାଁ ମାଉଳି ଫୁଟବଲ କ୍ଳବ୍, କୋଟାଗାଁ, ସାଗରପଡା ଦ୍ବାରା ଆୟୋଜିତ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ଗୁରୁବାର ଦିନ ସମାପ୍ତ ହୋଇଛି । ଏହି ଟୁର୍ଣ୍ଣାମେଣ୍ଟରେ ମଣ୍ଡଳ ଫୁଟବଲ ଟିମ୍ ଡହଗା ଫୁଟବଲ ଟିମ୍କୁ ୨-୦ ଗୋଲ୍ରେ ପରାସ୍ତ କରି ବିଜୟୀ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ଟି ଦଳ ଅଂଶଗ୍ରହଣ କରିଥିଲେ। ଖେଲ ୨୫ ସେପ୍ଟେମ୍ବରରୁ ଆରମ୍ଭ ହୋଇ ୧ ଅକ୍ଟୋବରରେ ଫାଇନାଲ ସହିତ ସମାପ୍ତ ହୋଇଛି । ଫାଇନାଲ ମ୍ୟାଚ୍ରେ ମଣ୍ଡଳ ଫୁଟବଲ ଦଳ ଦୁଇଟି ଗୋଲ୍ କରି ବିଜୟ ଲାଭ କରିଛି। ବିଜେତା ଦଳକୁ ଟ୍ରଫି ସହିତ ୧୨,୦୦୦ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି। ରନର୍ସଅପ୍ ଡହଗା ଫୁଟବଲ ଦଳକୁ ଟ୍ରଫି ସହିତ ୯,୦୦୦ ଟଙ୍କା ପୁରସ୍କାର ମିଳିଛି। ବେଷ୍ଟ ଡିଫେଣ୍ଡର ଭାବେ ମଣ୍ଡଳ ଫୁଟବଲ ଦଳର ସେତୁ ମାଝୀ, ବେଷ୍ଟ ଗୋଲକିପର ଭାବେ ଡହଗା ଫୁଟବଲ ଦଳର ପୂର୍ଣ୍ଣଚନ୍ଦ୍ର ପୂଜାରୀ ଏବଂ ଟୁର୍ଣ୍ଣାମେଣ୍ଟର ବେଷ୍ଟ ପ୍ଲେୟର ଭାବେ ମଣ୍ଡଳ ଫୁଟବଲ ଦଳର ଅମିତ୍ ଭୋଇଙ୍କୁ ଟ୍ରଫି ସହିତ ପୁରସ୍କୃତ କରାଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ କୋଟାଗାଁ ସରପଞ୍ଚ ଚନ୍ଦନ କୁମାର ପଣ୍ଡା, ମୁଖ୍ୟ ବକ୍ତା ଭାବେ ନୂଆଗାଁର ଚିକିତ୍ସକ ହିମାଂଶୁ ଶେଖର ବିଶ୍ୱାଳ, ସମ୍ମାନୀୟ ଅତିଥି ଭାବେ ଭାରତ ମୁକ୍ତି ମୋର୍ଚ୍ଚା ଓଡ଼ିଶାର ରାଜ୍ୟ ସଭାପତି ମାଧବ ସୁନାନୀ, କୃଷକସାଥି କୁନ୍ତଭଟ୍ଟ ମାଝୀ, ମଳୟ କୁମାର ବାଗ, ତ୍ରିନାଥ ସତନାମୀ, ରଙ୍ଗେଲାଲ ଦୀପ, ଯୌବନ ଦୀପ, ରାହାସବିହାରୀ ଦୀପ, ତ୍ରିଲୋଚନ ପାଳ ଓ ହରେରାମ ଦୀପ ପ୍ରମୁଖ ଉପସ୍ଥିତ ଥିଲେ। ମାଁ ମାଉଳି ଫୁଟବଲ କ୍ଳବ୍ର ସଭାପତି କର୍ଣ୍ଣ କାଣ୍ଡ, ଉପସଭାପତି ଜୟ ଶଙ୍କର ମାଝୀ, ସମ୍ପାଦକ ରାଜେନ୍ଦ୍ର ପ୍ରସାଦ ଚନ୍ଦନ, ଯୁଗ୍ମ ସମ୍ପାଦକ ସଂଜିବ କୁମାର କାଣ୍ଡ ଓ କୋଷାଧ୍ୟକ୍ଷ ତରୁଣ ମାଝୀ ଟୁର୍ଣ୍ଣାମେଣ୍ଟ ଆୟୋଜନରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ। ଖେଲ ପରିଚାଳନା କରିଥିଲେ ତାପସ କୁମାର ଦାସ, ସଂଜିବ ଦୁର୍ଗା ଓ ଭୋପେନ୍ଦ୍ର ଗୋପାଳ ।ଧାରା ବିବରଣୀ ପ୍ରଦାନ କରିଥିଲେ ଦୁଃଶାସନ ଖର୍ସେଲ ଭାଲୁବୁଟ୍ରା ଓ ବକ୍ସି ନାଏକ ମଣ୍ଡଳ। ଏହି ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ଯୁବକମାନଙ୍କ ମଧ୍ୟରେ ଖେଳ ପ୍ରତି ଆଗ୍ରହ ବୃଦ୍ଧି କରିବା ସହିତ ସାମାଜିକ ଏକତା ବଜାୟ ରଖିବାରେ ସହାୟକ ହୋଇଛି।
