
ଧର୍ମଗଡ଼/ଗୋଲାମୁଣ୍ଡା( ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଶନିବାର ଆଷାଢ଼ ମାସ ଶୁକ୍ଳପକ୍ଷ ଦଶମୀ ତିଥିରେ କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ସହରରେ ବାହୁଡ଼ା ରଥଯାତ୍ରା ଅତ୍ୟନ୍ତ ଧୁମ୍ଧାମ୍ରେ ପାଳିତ ହୋଇଯାଇଛି। ମାଉସୀ ମନ୍ଦିର (ତହସିଲ ଅଫିସ୍ ନିକଟ)ଠାରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ପ୍ରାୟ ୨ କିଲୋମିଟର ଦୂରତାରେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ଉପସ୍ଥିତିରେ ରଥ ଟଣା ଯାଇଥିଲା। ରଥଯାତ୍ରା ଆରମ୍ଭ ପୂର୍ବରୁ ମନ୍ଦିର ପରିଚାଳକ ତଥା ମୁଖ୍ୟ ସେବକ ଧୀରେନ୍ଦ୍ର କୁମାର ନାୟକ, ତାଙ୍କ ପିତା ଚତୁର୍ଭୁଜ ନାୟକ ଏବଂ ମାତା ସୀମା ନାୟକ ଛେରା ପହଁରା କରିଥିଲ । ଏହାପରେ ଶ୍ରଦ୍ଧାଳୁମାନେ ପୁରୀ ଢାଞ୍ଚାରେ ନିର୍ମିତ ତିନୋଟି ବିଶାଳ ରଥ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ଟାଣିଥିଲେ। ଗୋଲାମୁଣ୍ଡାର ଏହି ରଥଯାତ୍ରା ବିଗତ କିଛି ବର୍ଷ ଧରି ଆଖପାଖ ଅଞ୍ଚଳରେ ପ୍ରସିଦ୍ଧି ଅର୍ଜନ କରିଛି, ଯାହା ଦୂରଦୂରାନ୍ତରୁ ହଜାର ହଜାର ଭକ୍ତଙ୍କୁ ଆକର୍ଷିତ କରୁଛି। ଏହି ଉତ୍ସବରେ ମୁଖ୍ୟ ପୂଜକ ଭାବେ ଶୁକଦେବ ମୁଣ୍ଡ (ନନ୍ଦିଘୋଷ), ବିରଞ୍ଚି ପଣ୍ଡା, ଅନିରୁଦ୍ଧ ପଣ୍ଡା (ତାଳଧ୍ୱଜ), ଗଙ୍ଗାବିଷ୍ଣୁ ମୁଣ୍ଡ ଓ ମନୋଜ ମୁଣ୍ଡ (ଦର୍ପଦଳନ) ଦାୟିତ୍ୱ ତୁଲାଇଥିଲେ। ସେବାୟତ ଭାବେ ଘନଶ୍ୟାମ ନାୟକ, ମଧୁସୂଦନ ନାୟକ, ରାକେଶ୍ ଅଗ୍ରୱାଲ, ଅଭିରାମ ନାୟକ, ବିଦ୍ୟା ରାଉତ, ହାବେଶ କାଣ୍ଡ, ଦୀପକ ଭତ୍ରିଆ, ସୁଧାଂଶୁ ମୁଣ୍ଡ ଏବଂ ବରିଷ୍ଠ ସମାଜସେବୀ ଶ୍ୟାମସୁନ୍ଦର ଅଗ୍ରୱାଲ ସହଯୋଗ କରିଥିଲେ। ଉତ୍ସବକୁ ଶାନ୍ତିପୂର୍ଣ୍ଣ ଓ ନିରାପଦ କରିବା ପାଇଁ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ବିଡ଼ିଓ ତ୍ରିପୁରା ମହାନନ୍ଦ, ତହସିଲଦାର ଚନ୍ଦନ ନାୟକ, ଥାନା ଅଧିକାରୀ ଜ୍ୟୋତିପ୍ରକାଶ ତାଣ୍ଡି, ସବ୍-ଇନ୍ସପେକ୍ଟର ରାଜେଶ ପରିଡ଼ା, ରଞ୍ଜନ ରାଉତ, ପୋଲିସ ବାହିନୀ, ଅଗ୍ନିଶମ ବିଭାଗ, ସ୍ୱେଚ୍ଛାସେବୀ ଓ ଗୋଲାମୁଣ୍ଡାବାସୀ ବିପୁଳ ସହଯୋଗ କରିଥିଲେ। ଏହି ବର୍ଷ ରଥଯାତ୍ରାରେ ଅଭୂତପୂର୍ବ ଭିଡ଼ ପରିଲକ୍ଷିତ ହୋଇଥିବାରୁ ଆଗାମୀ ବର୍ଷଗୁଡ଼ିକରେ ପ୍ରଶାସନର ଅଧିକ ଧ୍ୟାନ ଦେବା ପାଇଁ ଗ୍ରାମବାସୀ ଅନୁରୋଧ କରିଛନ୍ତି। (ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ)