ଖଣ୍ଡପଡ଼ା (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଖଣ୍ଡପଡ଼ା ବ୍ଲକ କାର୍ଯ୍ଯାଳୟର ବିଭିନ୍ନ ବିଭାଗରେ କର୍ମଚାରୀ ଓ ଯନ୍ତ୍ରୀଙ୍କ ଅଭାବ ଯୋଗୁଁ କାର୍ଯ୍ଯାଳୟରେ ଅଚଳାବସ୍ଥା ଦେଖା ଦେଇଛି।ଦିର୍ଘ ମାସ ଧରି ଅବ୍ୟବସ୍ଥା ମଧ୍ଯରେ ବ୍ଲକ କାର୍ଯ୍ଯାଳୟଟି ଗତି କରୁଥିବା ନେଇ ଜିଲ୍ଲା ପ୍ରଶାସନ ଅବଗତ ଥିଲେ ହେଁ ସମସ୍ୟାର ସମାଧାନ ଦିଗରେ ଦୃଷ୍ଟି ଦେଉନଥିବାରୁ ଅଞ୍ଚଳବାସୀଙ୍କ ମଧ୍ଯରେ ଅସନ୍ତୋଷ ପ୍ରକାଶ ପାଇଛି।ଖଣ୍ଡପଡ଼ା ବ୍ଲକ କାର୍ଯ୍ଯାଳୟରେ ଦିର୍ଘ ବର୍ଷ ଧରି କାର୍ଯ୍ୟରତ କର୍ମଚାରୀ ଓ ଯନ୍ତ୍ରୀଙ୍କ ପଦୋନ୍ନତି ସହ ଅନ୍ୟତ୍ର ବଦଳି ପରେ ସେମାନଙ୍କ ସ୍ଥାନରେ ଏଠାରେ ଆଉ କାହାରିକୁ ନିଯୁକ୍ତି ଦିଆଯାଇ ନଥିବାରୁ ବ୍ଲକ କାର୍ଯ୍ଯାଳୟରେ ଅଚଳାବସ୍ଥା ସୃଷ୍ଟି ହୋଇଥିବା ଜଣାପଡିଛି।ଫଳରେ ଖଣ୍ଡପଡ଼ା ବ୍ଲକ ଅଧିନ ୨୨ ଗୋଟି ପଞ୍ଚାୟତରେ ସମୟାନୁକ୍ରମେ ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକ ବାଧାପ୍ରାପ୍ତ ହେବାସହ ଅନେକ କାର୍ଯ୍ଯ ଅଧାପନ୍ତରିଆ ଅବସ୍ଥାରେ ପଡି ରହିଥିବା ଜଣାପଡିଛି।ସରକାର ପଞ୍ଚାୟତିରାଜ ବ୍ୟବସ୍ଥା ଜରିଆରେ ବିଭିନ୍ନ କଲ୍ୟାଣକାରୀ ଯୋଜନାମାନ ପ୍ରଣୟନ କରିଥିଲେ ହେଁ ବ୍ଲକ କାର୍ଯ୍ଯାଳୟରେ କର୍ମଚାରୀଙ୍କ ଅଭାବ ଯୋଗୁଁ ବିକାଶ କାର୍ଯ୍ଯ ସମ୍ପୂର୍ଣ୍ଣ ରୁପେ ବାଧାପ୍ରାପ୍ତ ହେଉଥିବା ଜଣାପଡିଛି।ଏ ନେଇ ପଞ୍ଚାୟତସ୍ତରୀୟ ଲୋକପ୍ରତିନିଧିମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରି ଆସୁଛନ୍ତି।ଖଣ୍ଡପଡ଼ା ବ୍ଲକ କାର୍ଯ୍ଯାଳୟରେ ଆୟୋଜିତ ପଞ୍ଚାୟତ ସିମିତି ବୈଠକରେ ସମସ୍ତ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ଯ/ସଭ୍ଯାମାନେ କର୍ମଚାରୀ ଅଭାବ ପ୍ରସଙ୍ଗକୁ ନେଇ ବାରମ୍ବାର ଆଲୋଚନା କରିଥିଲେ ହେଁ ଫଳଘର ଶୂନ ବୋଲି ଜଣାପଡିଛି।ଖଣ୍ଡପଡ଼ା ବ୍ଲକ କାର୍ଯ୍ଯାଳୟରେ ଏବେ ୫ ଜଣ କନିଷ୍ଠଯନ୍ତ୍ରୀ ଓ ଜଣେ ନିର୍ବାହୀଯନ୍ତ୍ରୀ କାର୍ଯ୍ଯ କରୁଥିବା ଜଣାପଡିଛି।ଏକାଧିକ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ ପଦବୀ ଖାଲିପଡିଛି। ବ୍ଲକ କାର୍ଯ୍ଯାଳୟରେ ୧୦ ଜଣ କନିଷ୍ଠ ଯନ୍ତ୍ରୀ ଓ ୪ ଜଣ ସହକାରୀ ଯନ୍ତ୍ରୀ ରହିବାର ବ୍ୟବସ୍ଥା ଥିବା ବେଳେ ଏବେ ମାତ୍ର ୫ ଜଣ କନିଷ୍ଠଯନ୍ତ୍ରୀଙ୍କୁ ନେଇ ଯଥାକଥା ରୀତିରେ ବ୍ଲକ କାର୍ଯ୍ଯାଳୟଟି ଚାଲିଥିବା ଜଣାପଡିଛି।ଫଳରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା,ପଞ୍ଚଦଶ କେନ୍ଦ୍ରୀୟ ଓ ପଞ୍ଚମ ରାଜ୍ୟ ଅର୍ଥ କମିଶନ,ବିକଶିତ ଗାଁ ବିକଶିତ ଓଡିଶା ଯୋଜନା ସଂର୍ପକିତ କାର୍ଯ୍ଯ ନିମନ୍ତେ ମଞ୍ଜୁର ଅନୁଦାନ ଅର୍ଥ ବିନିଯୋଗ ହୋଇ ନ ପାରି ବ୍ଲକ କାର୍ଯ୍ଯାଳୟ ଆକାଉଣ୍ଟରେ ପଡି ରହିଛି।ଖଣ୍ଡପଡ଼ା ବ୍ଲକ କାର୍ଯ୍ଯାଳୟରେ ଦେଖା ଦେଇଥିବା ଅଚଳାବସ୍ଥା ପ୍ରତି ରାଜ୍ଯ ସରକାରଙ୍କ ପଞ୍ଚାୟତିରାଜ ବିଭାଗ ସଚିବ,ବିଭାଗୀୟ ମନ୍ତ୍ରୀ, ଖଣ୍ଡପଡ଼ା ବିଧାୟକ ଓ ସାଂସଦ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରୁ ଦାବି ହେଉଛି।
ନୟାଗଡ଼ରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ

