
ଧର୍ମଗଡ.- ଚାରଵାହଲ ମଣ୍ଡି ଠାରେ କଳାହାଣ୍ଡି ପଣ୍ଡରାମାଳି ସମାଜର ପଞ୍ଚବାର୍ଷିକ ମହାସଭା ଅନୁଷ୍ଠିତ ହୋଇ ନୂତନ କର୍ମକର୍ତା ଚୟନ ସାଙ୍ଗକୁ ସମାଜର ସମ୍ଭିଧାନ ପୁସ୍ତକ ଉନ୍ମୋଚିତ ହୋଇଛି l ସମାଜ ସଭାପତି ଈଶ୍ୱର ପୁଝାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କୁଳପତି ପ୍ରକାଶ ନାଏକ, ଯୁବ ବାହିନୀ ସଭାପତି ଦୁର୍ଗାପ୍ରସାଦ ନାଏକ, ଉପସଭାପତି ବୈକୁଣ୍ଠ ନାଏକ, ସମ୍ପାଦକ ବିଷ୍ଣୁ ପ୍ରସାଦ ନାଏକ, ଜୁନାଗଡ଼ ଏନ ଏ ସି ଅଧ୍ୟକ୍ଷା ହିମାଦ୍ରୀ ନାଏକ, ପୂର୍ବତନ ସରପଞ୍ଚ ଦୁରସିଲା ମାଝୀ, ଆଇନଜୀବୀ କଲ୍ୟାଣୀ ନାଏକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ତୁଲେଶ୍ୱର ନାଏକ ଓ ଜୟପାଟଣା, ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା, ଲାଞ୍ଜିଗଡ ବ୍ଲକ ସଭାପତି ସମୂହ ମଞ୍ଚାସିନ ହୋଇ ସମାଜକୁ ଆଗକୁ ନେବା ପାଇଁ ଉଦବୋଧନ ଦେଇଥିଲେ l ଏହି ଅବସରରେ ସମାଜର ସମ୍ବିଧାନ ନିୟମାବଳୀ ପାରିତହୋଇ ଘୋଷଣା ହେଲା ଯେ ସମାଜର ଯୁବ ବାହିନୀ କର୍ମକର୍ତାଙ୍କ ବୟସ ସୀମା ୩୫ ରୁ ୪୫,ଛାତ୍ର ସଂଗଠନର ବୟସ ସୀମା ୧୮ ରୁ ୨୫,ମହିଳା ସଂଗଠନ କର୍ମକର୍ତାଙ୍କ ବୟସ ୪୦ ରୁ ୬୦ ପାରିତ କରାଗଲା l ଉକ୍ତ ସଭାରେ ଆଲୋଚନା କରି ସର୍ବସମ୍ମତି କ୍ରମେ ପଣ୍ଡରାମାଲି ଯୁବ ବାହିନୀର କର୍ମକର୍ତା ଚୟନ କରାଗଲା l ସଭାପତି ଭାବେ ଭବାନୀ ଶଙ୍କର ବଣିଆ,ଉପ ସଭାପତି ଭାବେ ବିପୁଳ ବଣିଆ,ଲୋଚନ ନାଏକ,କୈଳାସ ବଣିଆ, ଶୁଭେନ୍ଦୁ ନାଏକ, ସାଧୁ ଚରଣ ନାଏକ ସମ୍ପାଦକ ଲୋକେଶ ନାଏକ, ଯୁଗ୍ମ ସମ୍ପାଦକ ତପନ ଭୋଇ ଓ ଶୈଳ କୁମାର ନାଏକ, କୋଷାଧ୍ୟକ୍ଷ ସଂଜୀବ କୁମାର ବଣିଆ ଉପଦେଷ୍ଟା ଭାବେ ଶିବ ପ୍ରସାଦ ଭୋଇ, ବିବେକାନନ୍ଦ ମାଝୀ, ସୁଜିତ ନାଏକ, ଧନୁର୍ଜୟ ମାଝୀ, ଲୋକେଶ୍ୱର ପାରି, ବେଣୁଧର ମସରା, ଚୌବାହା ଟୋଲଟିଆ, ଧବଳେଶ୍ୱର ନାଏକ, ବାସୁଦେବ ନାଏକ ଓ ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳର ଯୁବ ବାହିନୀ ସଭାପତି ସୌମ୍ୟ ରଞ୍ଜନ ନାଏକ ପ୍ରମୁଖଙ୍କୁ ସଭାପତିଙ୍କ ନିର୍ଦ୍ଧେଶ କ୍ରମେ ଶ୍ରୀଯୁକ୍ତ ଦୁର୍ଗାପ୍ରସାଦ ନାଏକ ଘୋଷଣା କରିଥିଲେ ଓ କୁଳପତି ପ୍ରକାଶ ନାଏକ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ l ପାଣ୍ଡରା ମାଳି ଯୁବ ବାହିନୀ ସଭାପତି ଦୁର୍ଗାପ୍ରସାଦ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ l ହାରାହାରି କଳାହାଣ୍ଡିରୁ ସମାଜର ୩୦୦୦ ରୁ ଉର୍ଦ୍ଧ୍ଵ ସଦସ୍ୟ ଉପସ୍ଥିତ ଥିଲେ ।