କଲମପୁର (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ କୋଟାଗାଁ ଗ୍ରାମ ପଞ୍ଚାୟତର ଖଣ୍ଡିଡଙ୍ଗରିଗୁଡ଼ା ହାତୀନଦୀ ଖେଳ ପଡିଆ ଠାରେ ଚାଲିଥିବା ମାଁ ଭଣ୍ଡାର ଘରଣୀ ଗ୍ରୀନ ଟେନିସ ବଲ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସୋମବାର ଉଦଯାପିତ ହୋଇଯାଇଛି । ଏହି ଟୁର୍ଣାମେଣ୍ଟର ଉଦଯାପନୀ ଦିବସରେ ସମାଜସେବୀ ଗୌତମ ବିହାରୀ ମୁଖ୍ୟ ଅତିଥି , ଧରିତ୍ରୀ ସାମ୍ବାଦିକ ଗଣେଶରାମ ବାଗ ମୁଖ୍ୟ ବକ୍ତା , ସମ୍ମାନୀୟ ଅତିଥି ଭାବରେ ଭଗବାନ ବିହାରୀ , ସୁଦର୍ଶନ ମାଝୀ , ସୁଶାନ୍ତ ବିହାରୀ , ଭଗବାନ ମାଝୀ , ପବିତ୍ର ବାଗ , ପରମେଶ୍ବର ବାଗ , ସୁବ୍ରତ ମାଝୀ ପ୍ରମୁଖ ଯୋଗଦେଇ ମଞ୍ଚାସିନ ଥିଲେ । ଏହି ଟୁର୍ଣାମେଣ୍ଟରେ ୧୬ଟି ଦଳ ଭାଗ ନେଇଥିବା ବେଲେ ଗୁମାବାହାଲ ଦଳ ଏବଂ ମୋତୁଆଲଗୁଡ଼ା ଦଳ ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା। ଫାଇନାଲ ମ୍ୟାଚରେ ଗୁମାବାହାଲ୍ ଦଳକୁ ପରାସ୍ତ କରି ମୋତୁଆଲ ଗୁଡ଼ା ଦଳ ଚମ୍ପିୟାନ ହୋଇଥିଲେ। ବିଜେତା ମୋତୁଆଲଗୁଡ଼ା ଦଳକୁ ଟ୍ରଫି ସହ ନଗଦ ୧୫ହଜାର ଟଙ୍କା ଏବଂ ରନର୍ସ ଅଫ ଗୁମାବାହାଳ ଦଳକୁ ଟ୍ରଫି ସହିତ ନଗଦ ୧୦ହଜାର ଟଙ୍କା ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । କୁମୁଦ ପଟେଲ ଓ ଝାଡେଶ୍ୱର୍ ଦୁର୍ଗା ଧାରା ବିବରଣୀ ପ୍ରଦାନ କରିଥିବା ବେଳେ କୃପାସିନ୍ଧୁ ସୁନାନୀ , କୁରୁକ୍ଷେତ୍ର ବିହାରୀ ସ୍କୋରର ଦାୟିତ୍ଵ ତୋଳାଇଥିଲେ। ଫାଇନାଲ ଖେଲରେ ଏମ୍ପେୟାର ଭାବରେ ସାମନ୍ତ ନିଆଁଳ ଓ ହେମନ୍ତ କୁମାର ଖେଳ ପରିଚାଳନା କରିଥିଲେ। ଟୁର୍ଣାମେଣ୍ଟର ଅୟୋଜକ ମାଁ ଭଣ୍ଡାର ଘରଣୀ ୟୁଥ କ୍ଳବର କୈଳାସ ବାଗ , ଅସ୍ପିନ ମାଝୀ , ନନ୍ଦୀ କିଶୋର ନିଆଲ , ଫିରୋଜ ବିହାରୀ , ନଳିନୀ ନିଆଁଲ, ଦିଲୀପ ବିହାରୀ ପ୍ରମୁଖ ସହଯୋଗ କରିଥିଲେ।
ସ୍ବତନ୍ତ୍ର ଖବର – ଗଣେଶରାମ ବାଗ
