ବିକାଶ ବେହେରା ଙ୍କୁ ସମ୍ବର୍ଦ୍ଧିତ କଲେ ବାବାସାହେବ ଚାରିଟେବୁଲ୍ ଟ୍ରଷ୍ଟ ର ପ୍ରତିଷ୍ଠାତା।

  1. ଖଣ୍ଡପଡା (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଖଣ୍ଡପଡ଼ା ବ୍ଲକ କୁମ୍ଭାରପଡା ଗ୍ରାମର ଅନୁସୂଚିତ ଜାତି ର ଯୁବକ ବିକାଶ ବେହେରା ବିଏସ୍ଏଫ୍ I କଠିନ ପରିଶ୍ରମ ଓ ଦୃଢ଼ ଇଚ୍ଛା ଶକ୍ତି ଆଗରେ ହାର ମାନିଛି ସବୁ ବାଧାବିଘ୍ନ । ନିଜର ଚେଷ୍ଟା ବଳରେ ଆଜି ଦେଶ ମାତୃକାର ସେବା ପାଇଁ ସୀମା ସୁରକ୍ଷା ବାହିନୀ(ବିଏସ୍ଏଫ୍)ରେ ଚୟନ ହୋଇ ସମଗ୍ର ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି କୁମ୍ଭାରପଡା ଗ୍ରାମର ବଂଶୀଧର ବେହେରାଙ୍କ ପୁଅ ବିକାଶ ବେହେରା I ମାତ୍ର ୨୪ ବର୍ଷ ବୟସରେ ବିକାଶ ଏହି ସଫଳତା ହାସଲ କରିଥିବା ଜଣାପଡିଛି । ଗଣିଆ କଲେଜରେ ଯୁକ୍ତ ତିନି ପାଠ ପଢି ସାରିବା ପରେ ସେ ବିଏସ୍ଏଫ୍ ପାଇଁ ଚେଷ୍ଟା ଜାରି ରଖୁଥିଲେ I ତାଙ୍କର ଏହି ସଫଳତା ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ଆଜିର ଯୁବକ ଯୁବତୀଙ୍କ ପାଇଁ ସେ ଏକ ବଡ଼ ପ୍ରେରଣା ସାଜିଛନ୍ତି । ବିଭିନ୍ନ ମହଲରୁ ତାଙ୍କ ପାଖକୁ ଶୁଭେଚ୍ଛା ଓ ପ୍ରଶଂସାର ସୁଅ ଛୁଟୁଛି। ଆଗାମୀ ଦିନରେ ସେ ନିଜର କର୍ତ୍ତବ୍ୟ ନିଷ୍ଠାର ସହ ପାଳନ କରି ଦେଶ ତଥା ଓଡ଼ିଶାର ନାମ ରଖୁବେ ବୋଲି ସ୍ଥାନୀୟ ବାସିନ୍ଦା ଆଶା ପ୍ରକଟ କରିଛନ୍ତି । ଆସନ୍ତା ମାର୍ଚ୍ଚ ମାସ ୯ ତାରିଖରେ ସେ ବାଙ୍ଗାଲୋର ରେ କାର୍ଯ୍ୟରେ ଯୋଗଦେବେ ବୋଲି ତାଙ୍କ ପରିବାର ତରଫରୁ ଜଣାପଡିଛି ।ତେବେ ଅଗ୍ରଣୀ ଶ୍ୱେଛାସେବୀ ସଂଗଠନ ବାବାସାହେବ ଚାରିଟେବୁଲ ର ପ୍ରତିଷ୍ଠାତା ବିଜୟ କୁମାର ସେଠୀ ଏବଂ ସହଯୋଗୀ ମାନେ ଗୁରବାର ତାଙ୍କ ବାସଭବନ ରେ ଭେଟି ତାଙ୍କୁ ଉତ୍ତରୀୟ, ପୁଷ୍ପଗୁଛ ଓ ବୁଦ୍ଧ ଆମ୍ବେଦକର ଙ୍କ ଫଟୋଚିତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

error: Content is protected !!