ଇଦ୍-ଉଲ୍-ଫିତର ଉତ୍ସବ ଉତ୍ସାହରେ ପାଳିତ: କଲମପୁର ଓ ମୀନଗୁରରେ ସୁନ୍ନି ମୁସଲିମ ଜମାତ୍‌ର ଆନନ୍ଦମୟ ଉଦ୍ଯାପନ

କଲମପୁର (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) କଲମପୁର ଓ ମୀନଗୁର ଅଞ୍ଚଳରେ ସୁନ୍ନି ମୁସଲିମ ଜମାତ୍ ସମ୍ପ୍ରଦାୟ ଦ୍ୱାରା ପବିତ୍ର ଇଦ୍-ଉଲ୍-ଫିତର ପର୍ବ ବହୁ ଉତ୍ସାହ ଓ ଭାଇଚାରାରେ ପାଳନ କରାଯାଇଛି। ଏହି ପର୍ବ ରମଜାନ୍‌ର ଏକ ମାସ ବ୍ୟାପି ନିର୍ଜଳା ଉପବାସ ପରେ ଆନନ୍ଦର ପ୍ରତୀକ ଭାବରେ ପାଳିତ ହୋଇଥାଏ। ସୁନ୍ନି ମୁସଲିମ ଜମାତ୍‌ର ସଭାପତି ମହମ୍ମଦ ଅମିରଙ୍କ ଅଧ୍ୟକ୍ଷତାରେ ଜଲମପୁର ଓ ମୀନଗୁର ଗ୍ରାମରେ ବସବାସ କରୁଥିବା ମୁସଲିମ ଭାଇମାନେ ଚଳିତ ତୃତୀୟ ସପ୍ତାହର ଶୁକ୍ରବାର ଅପରାହ୍ଣରେ ଚନ୍ଦ୍ର ଦର୍ଶନ କରିଥିଲେ। ପରଦିନ ଶନିବାର ସକାଳରେ ସମ୍ପ୍ରଦାୟର ଅନେକ ପରିବାର ଇଦ୍‌ଗାହ ପଡ଼ିଆରେ ଏକତ୍ରିତ ହୋଇ ଇଦ୍ ନମାଜ ପାଠ କରିଥିଲେ। ନମାଜ ପରେ ସମସ୍ତେ ପରସ୍ପରକୁ ଆଲିଙ୍ଗନ କରି “ଇଦ୍ ମୁବାରକ” ଶୁଭେଚ୍ଛା ବିନିମୟ କରିଥିଲେ ଏବଂ ଭାଇଚାରା, ଶାନ୍ତି ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରିଥିଲେ। ଏହି ଉତ୍ସବରେ ସୁନ୍ନି ମୁସଲିମ ଜମାତ୍‌ର ସଭାପତି ମହମ୍ମଦ ଅମିରଙ୍କ ସହିତ ମସଜିଦ୍ ଖାଁ, ହାସେନ ଅଲ୍ଲୀ, ଲାଲ ଖାଁ, ରଜାକ ଖାଁ, ସବିର ମହମ୍ମଦ, ସରିଫ ଖାଁ, ଆଫଜଲ ଖାଁ, ଇସାକ୍ ଖାଁ, ସମୀର ଅଲ୍ଲୀ, ସବିର୍ ଅଲ୍ଲୀ, ମନଟୁ ଖାଁ, ଅମିର ଅଲ୍ଲୀ, ହନିଫ ଖାଁ, ସବିର ଅଲ୍ଲୀ, ଅସଗର ଅଲ୍ଲୀ ସମେତ ଅନେକ ମୁସଲିମ ଭାଇମାନେ ସାମିଲ ହୋଇ ପର୍ବର ଆନନ୍ଦ ଉପଭୋଗ କରିଥିଲେ। ଏହି ପର୍ବ ସମସ୍ତଙ୍କ ମଧ୍ୟରେ ପ୍ରେମ, ଏକତା ଓ ସହନଶୀଳତାର ସନ୍ଦେଶ ବହନ କରିଛି। ସମଗ୍ର ସମ୍ପ୍ରଦାୟକୁ ଇଦ୍ ମୁବାରକ! (ଗଣେଶ ରାମ ବାଗ)

Leave a Reply

Your email address will not be published. Required fields are marked *

error: Content is protected !!