ଖଣ୍ଡପଡା (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଖଣ୍ଡପଡା ବ୍ଲକ କୁମ୍ଭାରପଡା ରାମ ଚନ୍ଦ୍ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଓମ ଶିବାୟ ରିୟଲକନ ପକ୍ଷରୁ ବୃଦ୍ଧ ବୃଦ୍ଧାଙ୍କୁ କମଳ ବଣ୍ଟନ କରାଯାଇଛି । ଆୟୋଜିତ କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ଯୁବ ସମାଜ ସେବୀ ସଞ୍ଜୟ କୁମାର ଲେଙ୍କା ତାଙ୍କ ଦିବ୍ୟଙ୍ଗତ ପିତା ଙ୍କ ସ୍ମୃତି ଉଦେଶ୍ୟ ରେ ଉକ୍ତ କାର୍ଯ୍ୟକ୍ରମ କରିବା ସହିତ ୫ଶହ ବୃଦ୍ଧ, ବୃଦ୍ଧା,ଏବଂ ଅସହାୟ ଲୋକଙ୍କୁ କମଳ ବଣ୍ଟନ କରିଥିଲେ। ସୂଚନାରୁ ପ୍ରକାଶ ଶ୍ରୀଯୁକ୍ତ ଲେଙ୍କା ନିଜ ପକେଟରୁ ଖର୍ଚ୍ଚ କରି କମଳ ବାଣ୍ଟିଥିବା ବେଳେ ଆସିଥିବା ବୃଦ୍ଧ ବୃଦ୍ଧା ଏବଂ ଅସହାୟ ଲୋକଙ୍କୁ ଭୋଜନ ଦେଇ ଆଶୀର୍ବାଦ ଭିକ୍ଷା ମାଗିଥିଲେ। ଏଭଳି ସେବା କାର୍ଯ୍ୟମନଭାବକୁ ଦେଖି ଅଞ୍ଚଳର ବୃଦ୍ଧ ବୃଦ୍ଧା ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଚିନ୍ମୟ କୁମାର ପଣ୍ଡା, ସମିତି ସଭ୍ୟ ନରେନ୍ଦ୍ରନାଥ ଦାଶ, ଆଇନୀଜୀବୀ ତ୍ରିନାଥ ପଢି, ପୂର୍ବତନ ସରପଞ୍ଚ ଅଖିଳ କୁମାର ପଣ୍ଡା, ପ୍ରଶାନ୍ତ କୁମାର ପଣ୍ଡା,ଅବସରପ୍ରାପ୍ତ ଶିକ୍ଷକ ମାଧବ ଚନ୍ଦ୍ର ପଣ୍ଡା, ବିଶ୍ୱନାଥ ପଣ୍ଡା ପ୍ରମୁଖ ମଞ୍ଚାସିନ ରହି କମଳ ବଣ୍ଟନ କରିଥିଲେ। ଶ୍ରୀଯୁକ୍ତ ଲେଙ୍କା ଙ୍କ ଏଭଳି ଉଦ୍ୟମ କୁ ସବୁ ମହଲରୁ ଉଚ୍ଚ ପ୍ରଶଂସା କରାଯାଇଥିଲା। ବିଶିଷ୍ଠ ସମାଜ ସେବୀ ପୀତବାସ ପାଣିଗ୍ରାହୀ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।
ନୟାଗଡ଼ରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ

