ବିପଦ କୁ ଡାକୁଛି ଅନାବନା ଗଛ

କୋକସରା,୧୯/୧୨ : କୋକସରା ବ୍ଲକ କାଉଡୋଳା ଭାୟା ସୁନାମାଳ ଠାରୁ ଲଡ଼ୁଗାଁ କୁ ସଂଯୋଗ କରୁଥିବା ପ୍ରଧାନ ମନ୍ତ୍ରୀ ସଡ଼କର ଉଭୟ ପାର୍ଶ୍ୱରେ ଦିର୍ଘ ଦିନରୁ ଅନାବନା ଗଛ ଭରି ରହିଛି। ଯାହା ଫଳରେ ଦୁର୍ଘଟଣା କୁ ଆମନ୍ତ୍ରଣ କରୁଛି। ରାସ୍ତା ଦୁଇ ପାର୍ଶ୍ୱରେ ଏମିତି ଅନାବନା ଗଛ ଗୁଡ଼ିକ ବଢି ଯାଇଛି ଯେ ବିପରୀତ ଦିଗ ରୁ କୈାଣସି ଯାନବାହାନ ଆସୁଛି କି ନାହିଁ ତାହା ଜଣାପଡୁନାହିଁ ।ତେଣୁ ଟିକିଏ ଅସାବଧାନତା ହେଲେ ପ୍ରତି ମୁହୂର୍ତ୍ତରେ ଦୂର୍ଘଟଣା ହେବା ଆଶଙ୍କା ରହିଛି ।ଏହି ରାସ୍ତା ଦେଇ ଲଡ଼ୁଗାଁ ଡାକ୍ତର ଖାନା, ବ୍ଯାଙ୍କ, ସ୍କୁଲ, କଲେଜ ଓ ଦୋକାନ ବଜାର କାର୍ଯ୍ୟ ପାଇଁ ଅନବରତ ସକାଳୁ ରାତି ପର୍ଯ୍ୟନ୍ତ ଲୋକେ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି ।ରାସ୍ତା ପାର୍ଶ୍ଵ ରେ ଏହି ଅନାବନା ଗଛ ପାଇଁ ବିଭିନ୍ନ ସମୟରେ ଛୋଟ ବଡ ଦୁର୍ଘଟଣା ଘଟୁ ଥିବା ନଜିର ରହିଛି । କାଉଡୋଳା ରୁ ସୁନାମାଳ ଯିବା ବାଟରେ ଅନେକ ବୁଲାଣି ମାନଙ୍କରେ ଅନାବନା ଘାସ ଓ ଗଛ ଲତା ରହିଛି। ପଥିକ ମାନେ ଟିକିଏ  ଅସାବଧାନ ହେଲେ ଦୁର୍ଘଟଣା ଘଟି ଅମୂଲ୍ୟ ଜୀବନ ଚାଲିଯିବାର ମଧ୍ୟ ଆଶଙ୍କା ରହିଛି।ବୁଲାଣି ରେ କୌଣସି ସଂକେତ ସୂଚନା ନ ଦେବାରୁ ଲୋକେ ବୁଲାଣି ବିଷୟରେ ମଧ୍ୟ ଅବଗତ ନ ଥିବାରୁ ବେଳେ ବେଳେ ଦୁର୍ଘଟଣା ଘଟୁଥିବା ଲୋକ ଅଭିଯୋଗ କରିଛନ୍ତି ।  ଗ୍ରାମ୍ୟ ଉନ୍ନୟନ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି। ଏନେଇ ଗ୍ରାମ୍ୟ ଉନ୍ନୟନ କନିଷ୍ଠ ଯନ୍ତ୍ରୀ ସୁରେଶ ବରିହାଙ୍କୁ ଅବଗତ କରିବାରୁ ମେଣ୍ଟେନ୍ସ ପାଇଁ ପ୍ରପୋଜାଲ ଦିଆଯାଇଛି ଟେଣ୍ଡର ହେଲେ ଶୀଘ୍ର କରାଯିବ।

Leave a Reply

Your email address will not be published. Required fields are marked *

error: Content is protected !!