ବହୁଜନ ମୁକ୍ତି ପାର୍ଟିର ଦ୍ୱିତୀୟ ପର୍ଯ୍ୟାୟ ରାଷ୍ଟ୍ରବ୍ୟାପୀ ଆନ୍ଦୋଳନ: କଳାହାଣ୍ଡିରେ ଚୁଲା ଜଳାଓ ଆନ୍ଦୋଳନ

ଭବାନୀପାଟଣା (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ): ବହୁଜନ ମୁକ୍ତି ପାର୍ଟି (ବିଏମପି) ଦ୍ୱାରା ଘୋଷିତ ତିନି ପର୍ଯ୍ୟାୟ ରାଷ୍ଟ୍ରବ୍ୟାପୀ ଆନ୍ଦୋଳନର ଦ୍ୱିତୀୟ ପର୍ଯ୍ୟାୟ ଆଜି କଳାହାଣ୍ଡି ଜିଲ୍ଲାରେ ପାଳିତ ହୋଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରାଜ୍ୟ ସଭାପତି ଗଙ୍ଗାଧର ଜାଲଙ୍କ ନେତୃତ୍ୱରେ ‘ଚୁଲା ଜଳାଓ’ ଆନ୍ଦୋଳନ କରାଯାଇଥିଲା। ମହଙ୍ଗା ଘରେଲୁ ଓ କମର୍ସିୟଲ୍ ଗ୍ୟାସ୍ ମୂଲ୍ୟ, ସ୍ମାର୍ଟ ମିଟର ଦ୍ୱାରା ଅନ୍ୟାୟ ବିଦ୍ୟୁତ୍ ବିଲ୍ ଏବଂ କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତିର ବିରୋଧରେ ଏହି ପ୍ରଦର୍ଶନ ଅନୁଷ୍ଠିତ ହୋଇଥିଲା। ଆନ୍ଦୋଳନକାରୀମାନେ କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଲୋଗାନ୍ ଦେଇ ସରକାରଙ୍କ ଧ୍ୟାନ ଆକର୍ଷଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଗଙ୍ଗାଧର ଜାଲ, ରାଜ୍ୟ ସଭାପତି, ବହୁଜନ ମୁକ୍ତି ପାର୍ଟି ଓଡ଼ିଶା,ମାଧବ ସୁନାନୀ, ରାଜ୍ୟ ସଭାପତି, ଭାରତ ମୁକ୍ତି ମୋର୍ଚ୍ଚା ଓଡ଼ିଶା,ଠାକୁର ମଙ୍ଗରାଜ, ରାଷ୍ଟ୍ରୀୟ ପ୍ରଭାରୀ, ମହିମା ଧମ୍ମ ସଂଘ, ନୂଆଦିଲ୍ଲୀ,ଲବ କରୁଆ, ରାଜ୍ୟ କାର୍ଯ୍ୟକାରୀ ସଭାପତି, ଭାରତ ମୁକ୍ତି ମୋର୍ଚ୍ଚା ଓଡ଼ିଶା, ବିବେକାନନ୍ଦ ସୁନାନୀ, ଜିଲ୍ଲା କାର୍ଯ୍ୟକାରୀ ସଭାପତି, କଳାହାଣ୍ଡି, ମହେନ୍ଦ୍ର ଧଙ୍ଗଡ଼ା ମାଝୀ ରାଜ୍ୟ ମହାସଚିବ, ବହୁଜନ ମୁକ୍ତି ପାର୍ଟି ଓଡ଼ିଶା ଏବଂ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ। ବହୁଜନ ମୁକ୍ତି ପାର୍ଟି ଆସନ୍ତା ୩୧ ମଇ ରେ ଭାରତ ମୁକ୍ତି ମୋର୍ଚ୍ଚା ଓ ଏହାର ସହଯୋଗୀ ସଂଗଠନ ଗୁଡ଼ିକ ସହିତ ମିଶି ପେଟ୍ରୋଲ ଡିଜେଲ ଅଭାବକୁ ପ୍ରତିବାଦ କରି “ଦେ ଧକ୍କା” ଆନ୍ଦୋଳନ କରିବେ ବୋଲି ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!